ଆର୍ଜେଣ୍ଟିନାରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ ; କାରିଗରୀ ଓ ପ୍ରଯୁକ୍ତି ବିଦ୍ୟା, କୃଷି ଏବଂ ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଯୋଜନା ବୃଦ୍ଧି ନେଇ ଅବଗତ କରାଇଲେ ମୋଦି

Published By : Prameya-News7 Bureau | December 01, 2018 IST

ବୁଏନସ୍ ଆଇରିସ ୦୧|୧୨: ଆର୍ଜେଣ୍ଟିନାର ରାଜଧାନୀ ବୁଏନସ୍ ଆଇରିସରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପ୍ରମୁଖ ଯେଗା ଦେଇଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ବିଶ୍ବରେ ଏକ ନୂଆ ଶିଳ୍ପ ବିପ୍ଳବକୁ ସହଯୋଗ କରିବା ପାଇଁ ବ୍ରିକ୍ସ ରାଷ୍ଟ୍ର ସମୂହ ପ୍ରସ୍ତୁତ ଅଛନ୍ତି । ସନ୍ତ୍ରାସବାଦ ଏବଂ ଉଗ୍ରବାଦ ବିଶ୍ବ ପାଇଁ ବଡ଼ ଚାଲେଞ୍ଜ ବାବେ ଉଭା ହୋଇଛି  ।  ସେହିଭଳି ଅର୍ଥନୈତିକ ଅପରାଧୀଙ୍କ ବିରୋଧରେ ଆମକୁ ମିଳିତଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି । ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ଭେଟିଛନ୍ତି । ଏଥିସହିତ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିଲ ସଲମନଙ୍କୁ ଭେଟିଛନ୍ତି । କାରିଗରୀ ଓ ପ୍ରଯୁକ୍ତି ବିଦ୍ୟା ,କୃଷି ଏବଂ ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଯୋଜନା ବୃଦ୍ଧି ନେଇ ମୋଦି ବିଶ୍ବ ନେତାଙ୍କୁ  ଅବଗତ କରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.