ଭାରତ-ଚୀନ୍ ସଂପର୍କରେ ନୂଆ ଯୁଗର ଆରମ୍ଭ- ଜିନ୍ପିଙ୍ଗ୍

Published By : Prameya-News7 Bureau | October 12, 2019 IST

ଚେନ୍ନାଇ- ଶେଷ ହୋଇଛି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କର ଭାରତ ଗସ୍ତ ।ଗତକାଲି ମହାବଳୀପୁରମ୍‌ ମନ୍ଦିରର ସୌନ୍ଦର୍ଯ୍ୟ ଉପଭୋଗ କରିବା ପରେ ଆଜି ଚୀନ୍ ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କର ୱାନ୍ ଟୁ ୱାନ୍ ବୈଠକ ହୋଇଥିଲା । କିନ୍ତୁ ବଡ଼କଥା ହେଲା ଏହି ଆଲୋଚନାରେ କାଶ୍ମୀର ପ୍ରସଙ୍ଗ ଉଠିନଥିଲା । ଏହାଦ୍ବାରା ଭାରତକୁ କୁଟନୈତିକ ସଫଳତା ମିଳିଥିବା ବେଳେ ଦୁଇ ନେତାଙ୍କ ମଧ୍ୟରେ ଆଜି ପ୍ରାୟ ୯୦ ମିନିଟ୍ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲା ।

{"id":169339}

 ସଫଳ ହେଲା ଭାରତର କୁଟନୀତି । ମୋଦି-ଜିନ୍‌ପିଙ୍ଗ ଆଲୋଚନାରେ ଉଠିଲା ନାହିଁ କାଶ୍ମୀର ପ୍ରସଙ୍ଗ । କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ଭାରତର ଆଭିମୁଖ୍ୟକୁ ସମ୍ମାନ ଜଣାଇଲା ଚୀନ୍ । ଭାରତ ଗସ୍ତ ପୂର୍ବରୁ କାଶ୍ମୀର କଥା କହୁଥିବା ଚୀନ୍ ରାଷ୍ଟ୍ରପତି ଚେନ୍ନାଇରେ କିନ୍ତୁ ଏହି ପ୍ରସଙ୍ଗ ଉଠାଇ ପାରି ନ ଥିଲେ । ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଯେ ଭାରତ ବହୁ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ । କିନ୍ତୁ ଦୁଇ ନେତାଙ୍କ ମଧ୍ୟରେ ଆତଙ୍କବାଦ ପ୍ରସଙ୍ଗ ଏବଂ ଏହାଦ୍ବାରା ବିଶ୍ବ ପ୍ରତି ବିପଦ ଥିବା ନେଇ ଚର୍ଚ୍ଚା ହୋଇଥିଲା ।

{"id":169340}

ମୋଦି-ଜିନପିଙ୍ଗଙ୍କ ମଧ୍ୟରେ ଏହାଥିଲା ଦ୍ବିତୀୟ ଅନୌପଚାରିକ କଥାବାର୍ତ୍ତା ।ମୋଦିଙ୍କୁ ପରବର୍ତ୍ତୀ ଅନୌପଚାରିକ ବୈଠକ ପାଇଁ ଜିନପିଙ୍ଗ ନିମନ୍ତ୍ରଣ କରିଛନ୍ତି । ଯାହାକୁ ମୋଦି ସ୍ବୀକାର କରିଛନ୍ତି । ଏଥିପାଇଁ ପରେ ତାରିଖ ଧାର୍ଯ୍ୟ କରାଯିବ । କୈଳାସ ମାନସରୋବର ଯାତ୍ରା ପାଇଁ ଅଧିକ ସୁବିଧା ଯୋଗାଇ ଦେବାକୁ ଚୀନ୍ ରାଷ୍ଟ୍ରପତି ରାଜି ହୋଇଛନ୍ତି । ଦୁଇ ଦେଶ ଭିତରେ ବାଣିଜ୍ୟ କାରବାର ଏବଂ ପୁଞ୍ଜିନିବେଶ ପାଇଁ ଏକ କମିଟି ଗଠନ କରାଯିବ । ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଚୀନ୍‌ର ଉପପ୍ରଧାନମନ୍ତ୍ରୀ ସଦସ୍ୟ ରହିବେ । ଆଜି ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୯୦ ମିନିଟ୍ ଧରି ୱାନ୍ ଟୁ ୱାନ୍ ଆଲୋଚନା ହୋଇଥିଲା ।ଏହାପରେ ପ୍ରତିନିଧିମଣ୍ଡଳ ସ୍ତରରେ କଥାବାର୍ତ୍ତା ହୋଇଥିଲା ।ପରେ ମୋଦି ମଧ୍ୟାହ୍ନ ଭୋଜନରେ ଜିନପିଙ୍ଗ ଏବଂ ଚୀନ୍‌ ପ୍ରତିନିଧିମାନଙ୍କୁ ଆପ୍ୟାୟିତ କରିଥିଲେ ।

{"id":169341}

 ଏହି ଗସ୍ତ ସବୁଦିନ ପାଇଁ ମନେ ରହିବ ବୋଲି ଚୀନ୍ ରାଷ୍ଟ୍ରପତି କହିଛନ୍ତି । ଦୁଇ ନେତା ବନ୍ଧୁ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଆପଣଙ୍କ ଆତିଥ୍ୟରେ ମୁଁ ଅଭିଭୂତ ବୋଲି ଚୀନ୍ ରାଷ୍ଟ୍ରପତି କହିଥିଲେ । ମୁଁ ଏବଂ ମୋର ସାଥୀ ମାନେ ଏହାକୁ ବେଶ ଦୃଢ଼ତାର ସହିତ ଅନୁଭବ କରିଛନ୍ତି । ଗତବର୍ଷ ହୋଇଥିବା ୟୁହାନ୍ ସମ୍ମିଳନୀ ଆମର ସଂପର୍କକୁ ଏକ ନୂଆ ଦିଗ ଏବଂ ବିଶ୍ବାସ ଦେଇଥିବା ବେଳେ ଆଜିର ଚେନ୍ନାଇ କନେକ୍ଟ ଭାରତ-ଚୀନ୍ ସଂପର୍କରେ ନୂଆ ଯୁଗର ଆରମ୍ଭ କରିଛି ବୋଲି ଜିନ୍‌ପିଙ୍ଗ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.