ଆସନ୍ତାକାଲି ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଆସିବେ ଭାରତ : ମହାବଳିପୁରମରେ ମୋଦିଙ୍କ ସହ ହେବ ଭେଟ,ଗସ୍ତ ପୂର୍ବରୁ କାଶ୍ମୀର ସମ୍ପର୍କରେ ଦେଲେ ଏମିତି ମନ୍ତବ୍ୟ

Published By : Prameya-News7 Bureau | October 10, 2019 IST

ନୂଆଦିଲ୍ଲୀ୧୦|୧୦: ମୋଦି-ଜିନପିଙ୍ଗ ଭେଟଘାଟ ପୂର୍ବରୁ ଦୁଇ ଦେଶ ମଧ୍ୟରେ କାଶ୍ମୀର ପ୍ରସଙ୍ଗକୁ ନେଇ ଟଣାଓଟରା ।ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ତାମିଲନାଡୁର ମହାବଳୀପୁରମରେ ଦ୍ବିପାକ୍ଷିକ ଆଲୋଚନା ହେବ ।ତେବେ ଏହାପୂର୍ବରୁ ଚୀନ୍‌ କହିଛି ଯେ କାଶ୍ମୀର ପ୍ରସଙ୍ଗରେ ଏହା ତୀକ୍ଷଣ ନଜର ରଖିଛି ।ତେବେ ଭାରତ ଏନେଇ କଡ଼ା ପ୍ରତିକ୍ରିୟା ରଖିଛି ।…

{"id":168475}

ସଜେଇ ହେଉଛି ଚେନ୍ନାଇ ।ସଜେଇହେଉଛି ମହାବଳୀପୁରମ୍‌ ।ଚେନ୍ନାଇ ନିକଟରେ ଥିବା ସମୁଦ୍ରକୂଳିଆ ଐତିହାସିକ ସହର  ମହାବଳୀପୁରମ୍‌ ଉପରେ ଏବେ ସାରା ଦେଶର ନଜର । କାହିଁକି ନାଁ ଏଇଠି ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ।ଏସିଆ ମହାଦେଶର ଦୁଇ ମହାଶକ୍ତି କିଭଳି ନିଜ ଭିତରେ ଭଲ ସଂପର୍କ ରଖି ଆଗକୁ ବଢ଼ିବେ ସେଥିପାଇଁ ହେଉଛି ଏହି ଆଲୋଚନା ।

{"id":168476}

ତେବେ ମହାବଳୀପୁରମ୍‌ରେ ମହାମିଳନ ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ଚୀନର ହସ୍ତକ୍ଷେପ ଦୁଇ ଦେଶର ସଂପର୍କରେ ଖରାପ ପ୍ରଭାବ ପକାଇଛି । ବୁଧବାର ଯେତେବେଳେ ଚୀନ୍‌ ରାଷ୍ଟ୍ରପତି ଜିନପିଙ୍ଗ୍‌ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମଧ୍ୟରେ ବେଜିଂରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା ସେତେବେଳେ କାଶ୍ମୀର ପ୍ରସଙ୍ଗ ଉଠିଥିଲା । ଆଉ କାଶ୍ମୀର ସ୍ଥିତି ଉପରେ ତୀକ୍ଷଣ୍‌ ନଜର ରଖିଛି ବୋଲି ଚୀନ୍‌ ପକ୍ଷରୁ କୁହାଯାଇଛି ।

{"id":168477}

ତେବେ ସପ୍ତାହେ ପୂର୍ବରୁ କାଶ୍ମୀରକୁ ଭାରତ-ପାକିସ୍ତାନର ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି କହୁଥିବା ଚୀନ୍‌ର ଏହି ବଦଳୁଥିବା ସ୍ବରକୁ ନେଇ ଭାରତରେ କଡ଼ା ପ୍ରତିକ୍ରିୟା ସୃଷ୍ଟି ହୋଇଛି ।ଚୀନ୍‌ କାଶ୍ମୀର ପ୍ରସଙ୍ଗ ଉଠାଉଥିବାରୁ ଭାରତ ହଂକଂ, ତିବ୍ବତ ଏବଂ ଜିନଜିଆଙ୍ଗ୍‌ରେ ଚୀନ୍‌ ପକ୍ଷରୁ ଚାଲିଥିବା ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗ ଉଠାଉ ବୋଲି ଦାବି କରିଛି ।…

{"id":168478}

ଏପଟେ ମହାବଳୀପୁରମ୍‌ରେ ହେବାକୁ ଥିବା ଦ୍ବିପାକ୍ଷିକ ବୈଠକ ଅନୌପଚାରିକ । ଏହି ବୈଠକର କୌଣସି ନିର୍ଦ୍ଦିଷ୍ଟ ଏଜେଣ୍ଡା ନାହିଁ ।ତେବେ ଚୀନ୍‌ ରାଷ୍ଟ୍ରପତିଙ୍କୁ ମହାବଳୀପୁରମ୍ ଡକାଇ କାଶ୍ମୀର ସ୍ଥିତି ସଂପୂର୍ଣ୍ଣ ସ୍ବାଭାବିକ ଅଛି ବୋଲି ଭାରତ ଜଣାଇ ଦେବାକୁ ଚାହୁଁଛି । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ରାଜ୍ୟର ବିଭାଜନ କରି ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନକୁ ପାକିସ୍ତାନ ବିରୋଧ କରିଆସୁଥିବା ବେଳେ ଚୀନ୍‌ ତାର ପୁରୁଣା ବନ୍ଧୁ ପାକିସ୍ତାନର ସାଥ୍ ଦେଇଆସିଛି ।

{"id":168479}

ଏମିତି ସ୍ଥିତିରେ ମହାବଳୀପୁରମ୍ ସମିଟ୍ ଉପରେ ସାରା ଦେଶର ନଜର ରହିଛି । ଚୀନ୍‌ ରାଷ୍ଟ୍ରପତିଙ୍କ ବିମାନ ଚେନ୍ନାଇରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ ।ପ୍ରାୟ ୨ ହଜାର ସ୍କୁଲ ପିଲା ଜିନପିଙ୍ଗ୍‌ଙ୍କ ମାସ୍କ ପିନ୍ଧି ଚାଇଜିନ୍‌ ଭାଷାରେ ୱେଲକମ୍ ଲେଖା ଭଳି ଛିଡ଼ା ହେବେ ।…

{"id":168480}

 କାଶ୍ମୀରକୁ ନେଇ ପାକିସ୍ତାନ ବିଶ୍ବ ଦରବାରରେ ଫେଲ୍ ମାରିବା ପରେ ଏବେ ଚୀନ୍‌ର ଲାଞ୍ଜ ଧରିଛି ।ଏମିତି ସ୍ଥିତିରେ ମୋଦି-ଜିନପିଙ୍ଗ୍ ମହାବଳୀପୁରମ୍‌ ମହାମିଳନ ଉପରେ ସାରା ବିଶ୍ବର ନଜର ରହିବ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.