ନୂଆଦିଲ୍ଲୀ, ୧୮।୧୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ପତ୍ର ଲେଖି ତାଙ୍କ ମାଆଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି । ଏନେଇ ପାକିସ୍ତାନୀ ମିଡିଆରେ ଖବର ପ୍ରକାଶ ପାଇଛି । ଡନ୍ ନ୍ୟୁଜ୍ ଅନୁସାରେ, ଗତ ସପ୍ତାହରେ ଭାରତୀୟ ଦୂତାବାସ ତରଫରୁ ଏହି ପତ୍ର ପିଏମଏଲ-ଏନର ଉପାଧ୍ୟକ୍ଷ ଓ ନଓ୍ୱାଜଙ୍କ ଝିଅ ମାରିୟମ ନଓ୍ୱାଜଙ୍କୁ ପତ୍ର ପ୍ରଦାନ କରିଛି । ଏହାସହ ପିତା ନଓ୍ୱାଜଙ୍କୁ ଏନେଇ ଜଣାଇବାକୁ ମଧ୍ୟ କୁହାଯାଉଛି ।
ନଓ୍ୱାଜ ଗତ ବର୍ଷରୁ ଲଣ୍ଡନରେ ରହୁଛନ୍ତି ।ନଓ୍ୱାଜ ସରିଫ ଓ ଶେହଓ୍ୱାଜ ଶରିଫଙ୍କ ମାଆ ବେଗମ ସାମୀମ୍ ନଭେମ୍ବର ୨୨ରେ ବ୍ରିଟେନରେ ପ୍ରାଣତ୍ୟାଗ କରିଥିଲେ । ତାଙ୍କ ପାର୍ଥୀବ ଶରୀର ପାକିସ୍ତାନ ଅଣାଯାଇଥିଲା । ଲାହୋରରେ ହିଁ ତାଙ୍କୁ କବର ଦିଆଯାଇଥିଲା । ପାକ୍ ମିଡିଆ ଦେଖାଇଥିବା ଚିଠିରେ ନଭେମ୍ବର ୨୭ ଉଲ୍ଲେଖ ରହିଛି । ଏଥିରେ ମୋଦୀ ନଓ୍ୱାଜଙ୍କ ମାଆଙ୍କ ଦେହାନ୍ତରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
[if gte mso 9]>/wp:heading wp:heading {"level":5} /wp:heading wp:heading {"level":5} /wp:heading wp:heading {"level":5} /wp:heading