Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ମା’ଙ୍କ ଦେହାନ୍ତ ପରେ ଅକ୍ଷୟ କୁମାରଙ୍କୁ ଶୋକ ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ‘ଭଲ ହୋଇଥାନ୍ତା ଯଦି ମୁଁ…’

12/09/2021 at 4:54 PM

ମୁମ୍ବାଇ ୧୨/୦୯ : ସେପ୍ଟେମ୍ବର ୮ ତାରିଖରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି। ସେଲିବ୍ରିଟିଙ୍କ ସମେତ ପ୍ରଶଂସକ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅକ୍ଷୟ କୁମାରଙ୍କୁ ଶୋକ ସମ୍ବାଦ ପଠାଇଛନ୍ତି।

ଅକ୍ଷୟ କୁମାର ପିଏମ ମୋଦିଙ୍କ ଶୋକ ସମ୍ବାଦ ପତ୍ରକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଶୋକ ସନ୍ଦେଶ ପତ୍ରର ଆରମ୍ଭରେ ମୋଦି ଲେଖିଛନ୍ତି, ‘ମୋ ପ୍ରିୟ ଅକ୍ଷୟ, ଏହିଭଳି ପତ୍ର ଯଦି ମୋତେ କେବେ ନ ଲେଖିବାକୁ ପଡିଥାନ୍ତା ତାହେଲେ ବହୁତ ଭଲ ହୋଇଥାନ୍ତା। ଏକ ଆଦର୍ଶ ଦୁନିଆରେ ଏହିଭଳି ସମୟ କେବେ ଆସିବା କଥା ନୁହେଁ। ଆପଣଙ୍କ ମା’ ଅରୁଣା ଭାଟିଆଙ୍କ ଦେହାନ୍ତ ଖବର ଶୁଣି ଦୁଃଖ ହେଲା।’

ମୋଦି ନିଜ ଚିଠିରେ ଆଗକୁ ଲେଖିଛନ୍ତି,’ଆପଣ ବହୁତ ପରିଶ୍ରମ ଓ ସଂଘର୍ଷ ପରେ ସଫଳତାର ସ୍ୱାଦ ଚାଖିଛନ୍ତି। ଆପଣ ନିଜର ଦୃଢ ସଂକଳ୍ପ ଓ ପରିଶ୍ରମରେ ନିଜ ପରିଚୟ ସୃଷ୍ଟି କରିଛନ୍ତି। ନିଜ ଯାତ୍ରାରେ ଠିକ ମୂଲ୍ୟବୋଧ ଓ ନୈତିକ ଶକ୍ତିକୁ ବଜାୟ ରଖିଛନ୍ତି ଯେଉଁଥିପାଇଁ ସହଜରେ ବିପରୀତ ପରିସ୍ଥିତିକୁ ଅବସରରେ ବଦଳାଇ ପାରିବେ ଓ ଏହି ଶିକ୍ଷା ପିତାମାତାଙ୍କ ଠାରୁ ମିଳିଛି। ଯେତେବେଳେ ଆପଣ ନିଜ କ୍ୟାରିଅର ଆରମ୍ଭ କଲେ, ମୋତେ ସନ୍ଦେହ ଯେ ରାସ୍ତାରେ ଆସୁଥିବା ଲୋକଙ୍କୁ ସନ୍ଦେହ ନିଶ୍ଚୟ ହୋଇଥିବ, କିନ୍ତୁ ଆପଣଙ୍କ ମା’ ପଥର ଭଳି ଆପଣଙ୍କ ସହ ଛିଡା ହୋଇଥିବେ। ଆପଣ ସବୁବେଳେ ଦୟାଳୁ ଓ ବିନମ୍ର ରହିବା ପଛରେ ନିଶ୍ଚୟ ତାଙ୍କ ହାତ ଥିବ।

ଚିଠିର ଶେଷରେ, ମୋଦୀ ଲେଖିଛନ୍ତି, ‘ଏହା ଖୁସିର ବିଷୟ ଯେ ସେ ଆପଣ ଜୀବନରେ ସଫଳତା ଏବଂ ଷ୍ଟାରଡମର ନୂଆ ଉଚ୍ଚତାରେ ପହଞ୍ଚିଥିବାର ଦେଖିଛନ୍ତି। ଆପଣ ଯେପରି ତାଙ୍କ ଯତ୍ନ ନେଇଛନ୍ତି ତାହା ଅତ୍ୟନ୍ତ ପ୍ରେରଣାଦାୟକ, ସେ ସଂପୂର୍ଣ୍ଣ ଭାବରେ ଜାଣିଥିଲେ ଯେ ତାଙ୍କ ପୁଅ ଭାରତର ଅନ୍ୟତମ ପ୍ରଶଂସିତ ତଥା ବହୁମୁଖୀ ଅଭିନେତା ମଧ୍ୟରୁ ଜଣେ। ଏହିପରି ଦୁଃଖ ସମୟରେ ଶବ୍ଦ କମ ପଡିଯାଉଛି।  ତାଙ୍କ ସ୍ମୃତିକୁ ସାଇତି ରଖ। ଏହି ଦୁଃଖ ସମୟରେ ମୋ ସମବେଦନା ଆପଣଙ୍କ ପରିବାର ସହିତ ଅଛି।

   Related Posts