ସନ୍ୟାସ ନେଇଥିବା କ୍ରିକେଟର ସୁରେଶ ରାଇନାଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ...

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧/୦୮ : ଭାରତୀୟ କ୍ରିକେଟର ସୁରେଶ ରାଇନା ଅଗଷ୍ଟ ୧୫ ତାରିଖରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କରିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇନାଙ୍କୁ ଚିଠି ଲେଖି ଭାରତୀୟ କ୍ରିକେଟରେ ତାଙ୍କର ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି | ଏହାସହ ସେ ରାଇନାଙ୍କୁ ଅନ୍ତର୍ଜାତୀୟ କ୍ରିକେଟର ଜଣେ ବହୁତ ଭଲ ଫିଲଡର ବୋଲି ମଧ୍ୟ କହିଛନ୍ତି | ରାଇନା ନିଜେ ଇନ୍ସଟାଗ୍ରାମରେ ଏହି ଚିଠିକୁ ସେୟାର କରିଛନ୍ତି | ଚିଠି ପୋଷ୍ଟ କରି ରାଇନା ଲେଖିଛନ୍ତି, 'ଯେତେବେଳେ ଆମେ ଖେଳୁ, ହୃଦୟର ସହ ଖେଳୁ | ପ୍ରଶଂସକଙ୍କ ଭଲପାଇବା ଠାରୁ ବଢି ଆଉ କୌନାଡ଼ଶି ପ୍ରଶଂସା ନାହିଁ | ଏହି ପ୍ରଶଂସା ଆହୁରି ଖାସ ହୋଇଯାଏ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ପ୍ରଶଂସା କରନ୍ତି | ନରେନ୍ଦ୍ର ମୋଦିଜି, ଆପଣଙ୍କ ପ୍ରଶଂସା ଓ ଶୁଭକାମନା ପାଇଁ ଧନ୍ୟବାଦ, ଜୟ ହିନ୍ଦ |'

wp:core-embed/instagram {"url":"https://www.instagram.com/p/CEIulyChV8S/","type":"rich","providerNameSlug":"instagram","className":""}
https://www.instagram.com/p/CEIulyChV8S/
/wp:core-embed/instagram

ଚିଠିରେ ମୋଦି ଲେଖିଛନ୍ତି, "ପ୍ରିୟ ସୁରେଶ, ଅଗଷ୍ଟ ୧୫ ତାରିଖରେ ଏହି ନିଷ୍ପତ୍ତି ନେବା ବୋଧହୁଏ ଆପଣଙ୍କ ଜୀବନର ସବୁଠାରୁ ମୁସକିଲ ଫଇସଲା ଥିଲା | ଆପଣଙ୍କ ପାଇଁ ଅବସର ଶବ୍ଦ ପ୍ରୟୋଗ କରିବିନି | ଆପଣ ଯୁବା ଅଛନ୍ତି ଏବଂ ଆପଣଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି | ଆପଣଙ୍କ ଯାତ୍ରା ମୁରାଦନଗରରୁ ଆରମ୍ଭ ହୋଇଥିଲା | ଏହାପରେ ଏହି ସ୍ବପ୍ନକୁ ନେଇ ଆପଣ ଲଖନଉ ଆସିଥିଲେ | ସେବେଠାରୁ ଅତ୍ୟନ୍ତ ସୁନ୍ଦର ରହିଥିଲା ଆପଣଙ୍କ ଯାତ୍ରା | ଆପଣ ୩ଟି ଫର୍ମାଟରେ ଦେଶର ପ୍ରତିନିଧିତ୍ବ କରିଛନ୍ତି | ଆପଣଙ୍କୁ କେବଳ ବ୍ୟାଟ୍ସମ୍ୟାନ ଭାବେ ସ୍ମରଣ କରାଯିବ ନାହିଁ | ଆପଣ ବ୍ୟାଟିଂ ସହ ବୋଲିଂ ମଧ୍ୟ କରିଛନ୍ତି | ଆପଣଙ୍କ ଫିଲଡିଂ ଅନ୍ୟମାନଙ୍କୁ ପ୍ରେରିତ କରିଥାଏ | ୨୦୧୧ ବିଶ୍ୱକପରେ ଆପଣଙ୍କ ପ୍ରଦର୍ଶନ ଦେଶ କେବେ ମଧ୍ୟ ଭୁଲିବନି | ମୁଁ ଅହମଦାବାଦ ମୋଟେରା ଷ୍ଟାଡିୟମରେ ଆପଣଙ୍କ ଖେଳ ଲାଇଭ ଦେଖିଛି | ଅପାଙ୍କ ଇନିଂସ ଟିମର ବିଜୟ ପାଇଁ ମହତ୍ଵପୁର୍ଣ ଥିଲା | ପ୍ରଶଂସକ ଆପଣଙ୍କ କଭର ଡ୍ରାଇଭ ସଟକୁ ବହୁତ ମିସ କରିବେ |"

ଖେଳାଳୀମାନଙ୍କୁ କେବଳ ମୈଦାନରେ ସେମାନଙ୍କ ପ୍ରଦର୍ଶନ ପାଇଁ ନୁହେଁ ବରଂ ମୈଦାନ ବାହାରେ ସେମାନଙ୍କ ବ୍ୟବହାରର ପ୍ରଶଂସା କରାଯାଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.