ଇଷ୍ଟର ପର୍ବ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି: ଜାଣନ୍ତୁ କଣ ଏହି ଦିନର ମହତ୍ତ୍ୱ

Published By : Prameya-News7 Bureau | April 04, 2021 IST

ନୂଆଦିଲ୍ଲୀ ୦୪/୦୪ : ଆଜି ସାରା ବିଶ୍ୱରେ ଇଷ୍ଟର ପର୍ବ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି କହିଛନ୍ତି, "ଆଜିର ଦିନରେ ଆମେ ପ୍ରଭୁ ଯୀଶୁଙ୍କ ଶିକ୍ଷା ଓ ପବିତ୍ର ବଚନକୁ ସ୍ମରଣ କରିଥାଉ। ସାମାଜିକ ସଶକ୍ତିକରଣ ପାଇଁ ପ୍ରଭୁ ଯୀଶୁଙ୍କ ସଂଗ୍ରାମରୁ ଲୋକଙ୍କୁ ପ୍ରେରଣା ମିଳିଥାଏ।"

ଇଷ୍ଟରକୁ ଗୁଡ଼ ଫ୍ରାଇଡେର ତୃତୀୟ ଦିନରେ ପାଳନ କରାଯାଇଥାଏ। ବାଟବଣା ଲୋକଙ୍କୁ ରାସ୍ତା ଦେଖାଇବାକୁ ଯେଉଁଦିନ ପ୍ରଭୁ ଯୀଶୁ ପୁନଃ ଜୀବିତ ହୋଇଥିଲେ ସେହିଦିନକୁ ଇଷ୍ଟର ଭାବେ ପାଳନ କରାଯାଏ। ପୁନଃ ଜୀବିତ ହେବାପରେ ଯୀଶୁ ୪୦ ଦିନ ଯାଏଁ ନିଜ ଭକ୍ତଙ୍କ ମଧ୍ୟରେ ରହି ଉପଦେଶ ଦେଇଥିଲେ। ଏହିଦିନ ପ୍ରଭୁ ଯୀଶୁ ପୁନଃ ଜୀବିତ ହୋଇଉଠିଥିଲେ।

{"id":432868,"sizeSlug":"large","linkDestination":"none"}

ବିଶ୍ୱାସ ରହିଛି ଯେ ପ୍ରଭୁ ଯୀଶୁ ନିଜ ଶିଷ୍ୟଙ୍କ ପାଇଁ ଫେରି ଆସିଥିଲେ। ଫେରିବାପରେ ସେ ଲୋକଙ୍କୁ କରୁଣା, ଦୟା ଓ କ୍ଷମାର ଉପଦେଶ ଦେଇଥିଲେ। ଯୀଶୁ ସେମାନଙ୍କୁ ମଧ୍ୟ କ୍ଷମା କରିଦେଇଥିଲେ ଯେଉଁମାନେ ତାଙ୍କୁ ଶୂଳିରେ ଚଢ଼ିଥିଲେ। ଇଷ୍ଟର ଦିନ ସେ କ୍ଷମାର ଉପଦେଶ ଦେଇ ଏହାତ ମହତ୍ତ୍ୱ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ଏହି ଦିନ ଅଣ୍ଡାକୁ ଏକ ଶୁଭ ପ୍ରତୀକ ଭାବେ ଦେଖାଯାଇଥାଏ।

ବିଶ୍ୱାସ ଅନୁଯାୟୀ, ହଜାର ବର୍ଷ ପୂର୍ବରୁ ଗୁଡ୍ ଫ୍ରାଇଡେ ଦିନ ପ୍ରଭୁ ଯୀଶୁଙ୍କୁ ୟରୁଶଲମରେ ଶୂଳିରେ ଟାଙ୍ଗି ଦିଆଯାଇଥିଲା। କିନ୍ତୁ ଏହାର ତୃତୀୟ ଦିନ ଏମିତି ଏକ ଚମତ୍କାର ହୋଇଥିଲା ଯେ ଯୀଶୁ ପୁନର୍ଜୀବିତ ହୋଇଯାଇଥିଲେ। ନିଜ ପ୍ରିୟ ଶିଷ୍ୟଙ୍କୁ ଉପଦେଶ ଦେବାପରେ ସେ ପୁଣି ଫେରିଯାଇଥିଲେ। ଇଷ୍ଟର ପର୍ବ ୪୦ ଦିନ ଯାଏଁ ପାଳନ କରାଯାଏ। କିନ୍ତୁ ଅଫିସିଆଲି ଏହାକୁ ୫୦ ଦିନ ଯାଏଁ ପାଳନ କରିବାର ପରମ୍ପରା ରହିଛି। ଇଷ୍ଟର ପର୍ବର ପ୍ରଥମ ସପ୍ତାହକୁ ଇଷ୍ଟର ସପ୍ତାହ ରୁବେ ପାଳନ କରାଯାଏ। ଏହିଦିଅଁ ଖ୍ରୀଷ୍ଟ ଧର୍ମ ଲୋକେ ପ୍ରାର୍ଥନା କରି ବାଇବେଲ ପାଠ କରନ୍ତି।

{"id":432869,"sizeSlug":"large","linkDestination":"none"}

ଇଷ୍ଟର ଦିନ ସକାଳୁ ଉଠି ମହିଳାଙ୍କ ଦ୍ୱାରା ଆରାଧନା କରାଯାଇଥାଏ। ପ୍ରାତଃ କାଳରେ ହିଁ ପ୍ରଭୁ ଯୀଶୁ ପୁନଃ ଜୀବିତ ହୋଇଥିଲେ। ମରିୟମ ମଗଦଲିନି ନାମକ ଜଣେ ମହିଳା ପ୍ରଥେମେ ତାଙ୍କୁ ଦେଖିଥିଲେ ଓ ଅନ୍ୟ ମହିଳାମାନଙ୍କୁ ସୂଚନା ଦେଇଥିଲେ। ଏହାକୁ ସନରାଇଜ ସର୍ଭିସ କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.