Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା: ଶୁଭେଚ୍ଛା ଜଣାଇଲେ ମୋଦି-“ଦିଦିଙ୍କୁ ଶୁଭେଚ୍ଛା”

5/05/2021 at 1:19 PM

ନୂଆଦିଲ୍ଲୀ ୦୫/୦୫ : ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବୁଧବାର ଦିନ ତୃତୀୟଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ଜଗଦୀପ ଧନଖଡ ରାଜଭବନରେ ଆୟୋଜିତ ସାଧାରଣ ସମାରୋହରେ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମମତା ଶପଥ ନେବାପରେ ଅନେକ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ‘ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଦିଦିଙ୍କୁ ଶୁଭେଚ୍ଛା ।’

ପାର୍ଥ ଚାଟାର୍ଜୀ, ସୁବ୍ରତ ମୁଖାର୍ଜୀ, ପ୍ରଶାନ୍ତ କିଶୋର, ଅଭିଷେକ ବାନାର୍ଜୀ ଶପଥ ଗ୍ରହଣ ସମାରୋହରେ ଉପସ୍ଥତା ଥିଲେ । ଶପଥ ନେବାପରେ ମମତା କହିଥିଲେ ଯେ କୋଭିଡ ସ୍ଥିତିର ମୁକାବିଲା ତାଙ୍କର ପ୍ରଥମ ଉଦ୍ଦେଶ୍ୟ । ଶପଥ ନେବାପରେ ମମତା ରାଜନୈତିକ ଦଳମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଥିଲେ । ସେ କହିଥିଲେ ଯେ ବଙ୍ଗଳାକୁ ହିଂସା ପସନ୍ଦ ନୁହେଁ । ସେ ବ୍ୟକ୍ତିଗତ ଭାବେ ଆଇନ ବ୍ୟବସ୍ଥା ପ୍ରସଙ୍ଗ ତଦାରଖ କରିବେ ଓ ରାଜ୍ୟରେ ଶାନ୍ତି ବଜାୟ ରଖିବାଉ ଚେଷ୍ଟା କରିବେ । କୌଣସି ଦଳର ନେତା ଓ କର୍ମୀ ହିଂସା ସୃଷ୍ଟି କଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ମମତା କହିଥିଲେ ଯେ ସେ ଶାନ୍ତି ସପକ୍ଷରେ ଅଛନ୍ତି ଓ ସର୍ବଦା ରହିବେ।

   Related Posts