ମମତାଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, କରୋନାରେ ଯଥା ସମ୍ଭବ ସାହାଯ୍ୟ କରିବାକୁ ଦେଲେ ଆଶ୍ଵାସନା

Published By : Prameya-News7 Bureau | May 02, 2021 IST

ନୂଆଦିଲ୍ଲୀ ୦୨।୦୫: ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମକେ ନେତା ଏମକେ ଷ୍ଟାଲିନ ସମେତ ଅନ୍ୟ ରାଜ୍ୟର ବିଜେତା ପାର୍ଟିକୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ବିଶେଷ କରି ମମତା ବାନାର୍ଜୀଙ୍କୁ ଶୁଭକାମନା ଜଣାଇ ଲେଖିଛନ୍ତି, ପଶ୍ଚିମବଙ୍ଗରେ ତୃଣମୂଳର ବିଜୟ ନେଇ ମମତା ବାନାର୍ଜୀଙ୍କୁ ଶୁଭକାମନା ଜଣାଉଛି। କରୋନା ମହାମରୀ ଲଢେଇରେ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ମୋଦୀ କହିଛନ୍ତି।

wp:html /wp:html

ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଜନତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, ଆମ ପାର୍ଟିକୁ ଆଶୀର୍ବାଦ ଦେଇଥିବାରୁ ମୁଁ ପଶ୍ଚିମବଙ୍ଗର ଭାଇ ଓ ଭଉଣୀଙ୍କୁ ଧନ୍ୟବାଦ ଦେଉଛି। ବିଜେପି ରାଜ୍ୟବାସୀଙ୍କ ସେବା କରି ଚାଲିବ। ନିର୍ବାଚନରେ ଅକଥନୀୟ ପ୍ରୟାସ କରିଥିବା ପାର୍ଟିର ପ୍ରତିଟି କାର୍ଯ୍ୟକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

ଏହା ବ୍ୟତୀତ କେରଳ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ପିନାରାଇ ବିଜୟନଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି। ସେ ଲେଖିଛନ୍ତି, ଆମେ ଏକାଠି ହୋଇ ମହାମାରୀ ସମେତ ଅନ୍ୟ ପ୍ରସଙ୍ଗରେ କାମ କରିବା। ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ସେହିପରି ତାମିଲନାଡୁରେ ଡିଏମକେର ବିଜୟ ପାଇଁ ଏମକେ ଷ୍ଟାଲିନଙ୍କକୁ ଶୁଭକାମନା ଜଣାଇଛନ୍ତି। ରାଜ୍ୟର ବିକାଶ ପାଇଁ ମିଶିକି କାମ କରିବା ବୋଲି ସେ କହିଛନ୍ତି। ପୁନର୍ବାର ଜିତାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଆସାମବାସୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.