Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଲାଲକୃଷ୍ଣ ଆଡଭାନୀଙ୍କ ଘରକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

8/11/2020 at 12:24 PM

ନୂଆଦିଲ୍ଲୀ ୦୮/୧୧ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କର ଆଜି ୯୩ତମ ଜନ୍ମଦିନ। ଲାଲକୃଷ୍ଣ ଆଡ଼ଭାନୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଘରକୁ ଯାଇ ତାଙ୍କୁ ଶୁଭକାମନା ଦେଇଛନ୍ତି। ମୋଦି ଏହି ଅବସରରେ କହିଛନ୍ତି ଯେ, ଲାଲକୃଷ୍ଣ ଆଡ଼ଭାନୀ ଦଳର କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ସହ ଦେଶବାସୀଙ୍କ ପ୍ରତ୍ୟେକ୍ଷ ପ୍ରେରଣା ସ୍ରୋତ।

ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି, ବିଜେପିକୁ ଲୋକଙ୍କ ପାଖକୁ ପହଞ୍ଚାଇବା ସହ ଦେଶର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ସେ ଦେଶର କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ସହ ଦେଶବାସୀଙ୍କ ପ୍ରେରଣାର ସ୍ରୋତ। ତାଙ୍କ ଆୟୁଷ ଓ ସୁସ୍ଥ ଜୀବନ ପାଇଁ ମୋଦି ପ୍ରାର୍ଥନା କରିଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦିଙ୍କ ଛଡା ବିଜେପିର ଅନେକ ନେତା ମଧ୍ୟ ଆଡ଼ଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପର୍ଯାବରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଡ଼ଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, ଜନସଂଘ, ବିଜେପିର ମହାନ ନେତା ଏବଂ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ସୁସ୍ଥ ରୁହନ୍ତୁ। ତାଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଆଡ଼ଭାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆଡ଼ଭାନୀଙ୍କ ଜନ୍ମଦିନ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଅମିତ ଶାହ ଟ୍ୱିଟ କରି କହିଛନ୍ତି, ‘ଆଦରଣୀୟ, ଆଡ଼ଭାନୀ ଜି, ଆପଣ ନିଜ ପରିଶ୍ରମ ଓ ନିସ୍ୱାର୍ଥ ସେବା ଭାବରେ ଦେଶର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଆପଣ ବିଜେପିର ରାଷ୍ଟ୍ରବାଦୀ ବିଚାରଧାରା ବିସ୍ତାରରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା। ଈଶ୍ୱରଙ୍କ ପାଖରେ ଆପଣଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ କାମନା କରୁଛି।’

   Related Posts