Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଅଭିନନ୍ଦନ’ : ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

16/10/2020 at 11:06 AM

ଭୁବନେଶ୍ବର ୧୬। ୧୦ :  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୭୫ ବର୍ଷରେ ପଦାର୍ପଣ କରିଲେ ନବୀନ ପଟ୍ଟନାୟକ। ତେବେ ଏଥର କରୋନା ପାଇଁ ନବୀନ ଜନ୍ମଦିନ ପାଳିବେନି । ତେଣୁ ଶୁଭେଚ୍ଛୁମାନେ ନବୀନ ନିବାସ ନଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହିତ ରକ୍ତଦାନ ଓ ପ୍ଲାଜମାଦାନ କରିବାକୁ ନିବେଦନ କରିଛନ୍ତି ଖୋଦ୍‌ ମୁଖ୍ୟମନ୍ତ୍ରୀ।

ସେହିପରି ନବୀନ ପଟ୍ଟନାୟକଙ୍କୁ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଟ୍ବିଟରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି- ‘ନବୀନଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ ରଖନ୍ତୁ । ଆପଣଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି ।

ଜନ୍ମଦିନ ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ପାଇଁ ସେ ସବୁବେଳେ ସେମାନଙ୍କ ନିକଟରେ ଋଣୀ । ଗତ ୮ ମାସ ହେଲାଣି କରୋନା ପାଇଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ଏ ଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ସମସ୍ତେ ଏକାଠି ହୋଇ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଦରକାର।

ସୂଚନାଯୋଗ୍ୟ ୨୦ ବର୍ଷର ମୁଖ୍ୟମନ୍ତ୍ରୀ ରହିବା ସମୟରେ ୭ ଥର ଜନ୍ମଦିନ ପାଳନ କରିନାହାନ୍ତି। ୨୦୧୧ରେ ବନ୍ୟା, ୨୦୧୩ରେ ଫାଇଲିନ୍‌, ୨୦୧୪ରେ ହୁଡହୁଡ୍‌, ୨୦୧୬ରେ ସହିଦ ଯବାନଙ୍କ ପାଇଁ ଜନ୍ମ ଦିନ ପାଳନ କରିନଥିଲେ ନବୀନ। ୨୦୧୮ରେ ତିତଲି ଓ ଗତବର୍ଷ ଫୋନି ପାଇଁ ସେ ଜନ୍ମଦିନ ପାଳି ନଥିଲେ।

   Related Posts