Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଆଜି ସେରମ୍ ଇନଷ୍ଟିଚ୍ୟୁଟ୍ ସହ ଅନ୍ୟ ୨ ଲ୍ୟାବ୍ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଦେଖିବେ କରୋନା ଟିକାର ପ୍ରସ୍ତୁତି

28/11/2020 at 8:06 AM

ନୂଆଦିଲ୍ଲୀ, ୨୮|୧୧:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତରେ ପ୍ରସ୍ତୁତ ହେଉଥିବା କରୋନା ଟୀକା ସଂପର୍କରେ ସମୀକ୍ଷା କରିବେ। ଭାରତରୋ କରୋନା ଟିକା ପ୍ରସ୍ତୁତ କରୁଥିବା ୩ଟି ଫାର୍ମ ଜିଡସ୍ କାଡିଲା, ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ଏଥିପାଇଁ ଅହମ୍ମଦାବାଦ, ପୁନେ ଓ ହାଇଦ୍ରାବାଦ ଯିବେ ପ୍ରଧାନମନ୍ତ୍ରୀ। ଜିଡସ୍ କାଡିଲା କମ୍ପାନୀ ଏହାର ଅହମ୍ମଦାବାଦ ସ୍ଥିତ ପ୍ଲାଣ୍ଟରେ ଜାଇକୋଭ୍- ଡି ଟିକା ପ୍ରସ୍ତୁତ କରୁଛି। ଅଗଷ୍ଟ ମାସରୁ ଏହାର ଦ୍ବିତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇଛି। ଅହମ୍ମଦାବାଦରୁ ପୁନେ ଯିବେ ପ୍ରଧାନମନ୍ତ୍ରୀ। ସେଠାରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଅକ୍ସଫୋର୍ଡ ଟିକା କୋଭିସିଲ୍ଡର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବେ। ଏହାପରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଯାଇ ସେଠାରେ ପ୍ରସ୍ତୁତ କରାଯାଉଥିବା କୋଭାକ୍ସିନ୍ ଟିକା ସଂପର୍କରେ ସମୀକ୍ଷା କରିବେ।

ପ୍ରଧାନମନ୍ତ୍ରୀ ମୋଦି ଶନିବାର ସକାଳ ୯ଟାରେ ପ୍ରଥମେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ଫାର୍ମା କମ୍ପାନି ଜାଇଡସ୍‌ କାଡିଲାର ‘ଜାଇଡସ୍‌ ବାୟୋଟେକ୍‌ ପାର୍କ’ ଗସ୍ତ କରିବେ। ଅହମ୍ମଦାବାଦ ସହର ଉପକଣ୍ଠରେ ଥିବା ଏହି ସଂସ୍ଥା ନିଜସ୍ୱ କରୋନା ଟିକା ‘ଜାଇକୋଭ୍‌-ଡି’ ପ୍ରସ୍ତୁତ କରୁଛି । ଚାଙ୍ଗେଦର ପାର୍କରେ ଏହି ଟିକାର ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ଏଠାରେ ସେ ପ୍ରାୟ ଏକ ଘଣ୍ଟା ରହିବେ । ସେଠାରୁ ସେ ପୁନେ ଅଭିମୁଖେ ଗସ୍ତ କରିବେ ।

ପୁନେରେ ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକା କରୋନା ପ୍ରତିଷେଧକ ଟିକା ‘କୋଭିସିଲ୍ଡ’ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧୨ଟା ୩୦ରେ ପୁନେର ଲାହେଗାଓଁ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ହେଲିକପ୍ଟର ଯୋଗେ ସେରମ ଇନଷ୍ଟିଚ୍ୟୁଟ୍ ଯିବେ। ଟିକା ପ୍ରସ୍ତୁତି ଅନୁଧ୍ୟାନ କରିବା ସହ ପରୀକ୍ଷଣ ଓ ବଣ୍ଟନ ପ୍ରକ୍ରିୟା ବାବଦରେ ମଧ୍ୟ ଆଲୋଚନା କରିବେ ।  ଏବେ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ୍ ଚାଲିଛି ।

ପୁନେରେ ସେରମ ଇନଷ୍ଟିଚ୍ୟୁଟରେ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତ କରିବେ । ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌ ଫାର୍ମ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି (ଏନଆଇଭି) ସହ ମିଳିତ ଭାବେ କରୋନା ଟିକା ‘କୋଭାକ୍ସିନ୍‌’ ପ୍ରସ୍ତୁତ କରୁଛନ୍ତି । ପ୍ରଧାନମନ୍ତ୍ରୀ ଏଠାରେ ପ୍ରାୟ ଏକ ଘଣ୍ଟା ରହିବେ ବୋଲି ସୂଚନା ମିଳିଛି ।  ଏବେ ଦେଶର ୨୫ଟି ଲାବୋରେଟାରୀରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ପ୍ରାୟ ୨୬ ହଜାର ସ୍ୱେଚ୍ଛାସେବୀଙ୍କ ଦେହରେ ଏହି ଟିକାର ପରୀକ୍ଷଣ ହେଉଛି ।

   Related Posts