Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ସେନାକୁ ନେଇ ଗର୍ବିତ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି ; ପାଇଲଟଙ୍କୁ ଫେରାଇ ଆଣିବାକୁ କାନ୍ଦି କାନ୍ଦି ଅନୁରୋଧ କଲେ ବିଧାୟକ, ଭିଡିଓ ଭାଇରାଲ

28/02/2019 at 1:45 PM

ନୂଆଦିଲ୍ଲୀ ୨୮|୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ ୧୫,୦୦୦ ସ୍ଥାନରେ ବିଜେପି କାର୍ଯ୍ୟକର୍ତ୍ତା, ଭଲ୍ୟୁଣ୍ଟିୟର ଏବଂ ସମର୍ଥକଙ୍କୁ ସମ୍ବୋଧିତ କରିଛନ୍ତି । କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ସମୟରେ ମୋଦି କହିଛନ୍ତି ଭାରତୀୟ ସେନାବାହିନୀ ଉପରେ ତାଙ୍କର ଯଥେଷ୍ଟ ଭରସା ରହିଛି । ଏଥିପାଇଁ ଏ ସମୟରେ ଏଭଳି କିଛି ନହେବା ଉଚିତ୍ ଯେଉଁଥିପାଇଁ ସେମାନଙ୍କର ମନୋବଳ ଭଙ୍ଗ ହେବ ଏବଂ ଶତ୍ରୁଙ୍କୁ ଆମ ଉପରେ ଅଙ୍ଗୁଳି ଉଠାଇବାକୁ ମଉକା ମିଳିଯିବ ।

ସେ କହିଥିଲେ ଯେ, ଏବେ ଦେଶବାସୀଙ୍କ ଭାବାବେଗ ଭିନ୍ନ ସ୍ତରରେ ରହିଛି । ଦେଶର ବୀର ଯବାନ ସୀମାରେ ଏବଂ ସୀମା ବାହାରେ ମଧ୍ୟ ତାଙ୍କର ପରାକ୍ରମ ଦେଖାଉଛନ୍ତି । ଏହି ସମୟରେ ସମଗ୍ର ଦେଶ ଏକଜୁଟ୍ ହୋଇଛି । ସମଗ୍ର ଦେଶବାସୀ ଯବାନମାନଙ୍କ ସହ ରହିଛନ୍ତି । ସାରା ବିଶ୍ବ ଆମର ଇଚ୍ଛାଶକ୍ତିକୁ ଦେଖୁଛି । ମୋଦି କହିଛନ୍ତି ଦେଶର ସୁରକ୍ଷା ଏବଂ ସାମର୍ଥ୍ୟର ସଂକଳ୍ପ ନେଇ ଯବାନ ମାନେ ସୀମାରେ ରହିଛନ୍ତି । ମୋଦି କହିଛନ୍ତି ଯେ, ଦେଶର ସମସ୍ତ ଲୋକ ପରାକ୍ରମୀ । ଏଥିପାଇଁ ଆମ ସମସ୍ତଙ୍କୁ ଦେଶର ଶାନ୍ତି ଏବଂ ସମ୍ମାନ ପାଇଁ ଦିନ ରାତି ଏକ କରି କାମ କରିବାକୁ ପଡିବ ।

ମୋଦି କହିଛନ୍ତି ଯେ, ଦେଶ ନୂଆ ରୀତିନୀତି ସହ ନିଜର କ୍ଷମତାକୁ ବିସ୍ତାର କରିବାରେ ଲାଗିଛି । ଭାରତୀୟ ଯୁବପୀଢିମାନେ ଉତ୍ସାହିତ ଅଛନ୍ତି । ଦେଶର କୃଷକଠାରୁ ଆରମ୍ଭ କରି ଯବାନମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏବେ ବିଶ୍ବାସ ହେଉଛି ଯେ, ସବୁ ଅସମ୍ଭବ ସମ୍ଭବ ହୋଇପାରିବ ।

ଅନ୍ୟପଟେ ବିଜେପି ବିଧାୟକ ବିକ୍ରମ ସିଂହ ସୈନି କାନ୍ଦି କାନ୍ଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି ପାକିସ୍ତାନ କବଜାରେ ଥିବା ବାୟୁସେନା ପାଇଲଟଙ୍କୁ ମୁକ୍ତ କରି ଆଣନ୍ତୁ । ପାଇଲଟକୁ ସାମାନ୍ୟ ଆଘାତ ଲାଗିଲେ ପାକିସ୍ତାନକୁ ମୂଳପୋଛ କରିଦେବୁ । ବିଜେପି ବିଧାୟକଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।

   Related Posts