Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବୈଷ୍ଣ ଦେବୀଙ୍କ ଆଶୀର୍ବାଦରୁ ବ୍ୟାପକ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି: ଜାମ୍ମୁରେ ହାଇ ଆଲର୍ଟ ଜାରି

28/03/2019 at 12:46 PM

ଦିଲ୍ଲୀ ୨୮/୩ : ଦେଶ ସାରା ବିଜେପିର ପ୍ରଚାର ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଆରମ୍ଭ କରିବେ | ଜାମ୍ମୁର ଦୁମି ଗାଁରେ ଆଜି ମୋଦି ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରିବେ | ରାଲି ସ୍ଥଳର ସମ୍ମୁଖରେ ମା’ ବୈଷ୍ଣ ଦେବୀଙ୍କ ତ୍ରିକୂଟ ପର୍ବତ ଦର୍ଶନ କରିବେ | ରାଲି ସ୍ଥଳରୁ ବୈଷ୍ଣ ଦେବୀଙ୍କ ଦୂରତା ଆକାଶ ମାର୍ଗରେ ୨୦ କି:ମିରୁ କମ | ମୋଦି ମା’ ବୈଷ୍ଣ ଦେବୀଙ୍କ ଚରଣ ସ୍ପର୍ଶ କରି ନିର୍ବାଚନ ପ୍ରଚାର ଆରମ୍ଭ କରିବେ |


ରାଲିକୁ ସ୍ମରଣୀୟ କରିବା ପାଇଁ ସନ୍ଧ୍ୟା ୫ଟାରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମ ଯାଦବ, ପ୍ରଦେଶ ଅଧ୍ୟକ୍ଷ ରବୀନ୍ଦ୍ର ରୈନା, ରାଲି ପ୍ରଭାରୀ ପବନ ଖଜୁରିଆ, ମହାସଚିବ ଯୁଦ୍ଧବିର ସେଠୀ ରାଲି ସ୍ଥଳକୁ ଯାଇ ପ୍ରସ୍ତୁତି ନିରୀକ୍ଷଣ କରିବେ | ଦିଲ୍ଲୀରୁ ବାହାରିବା ପୂର୍ବରୁ ଦଳର ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ନିର୍ବାଚନ ପ୍ରବନ୍ଧନ ସମିତି ବୈଠକ ବସିଥିଲା | ବୈଠକରେ ରାମ ମାଧବ କହିଥିଲେ ଯେ, ମୋଦିଙ୍କ ରାଲିରୁ ଆରମ୍ଭ ହୋଇଥିବା ବିଜେପିର ବ୍ୟାପକ ପ୍ରଚାର ଆଉ ଥମିବାର ନାଁ ନେବନାହିଁ | ବୈଠକରେ ସାଂସଦ ସମଷେର ମନହଂସ, ବରିଷ୍ଠ ନେତା ସତ ଶର୍ମା, ଅଶୋକ ଖଜୁରିଆ ଆଦି ଉପସ୍ଥିତ ଥିଲେ | ମୋଦିଙ୍କ ରାଲି ପାଇଁ ଜାମ୍ମୁ କାଶ୍ମୀରରେ ହାଇ ଆଲର୍ଟ ଜାରି କରାଯାଇଛି | ଭୂମିରୁ ଆରମ୍ଭ କରି ଆକାଶ ମାର୍ଗ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ | ରାଲି ବେଳେ ସେନା, ସୁରକ୍ଷାକର୍ମୀଙ୍କ ସମେତ ସୀମା ସୁରକ୍ଷା ଏବଂ ଭାରତୀୟ ବାୟୁସେନା ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ |


ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନେଇଥିବା ଏସପିଜି ଟିମ ରାଲି ସ୍ଥଳକୁ ଚାରିପଟୁ ସିଲ କରିଦେଇଛନ୍ତି | ଏହା ପୂର୍ବରୁ ଦୁମିରେ ରାଜ୍ୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ମକ ଡ୍ରିଲ ମଧ୍ୟ କରାଯାଇଛି |


ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଜାମ୍ମୁରେ ପାଖାପାଖି ଅଢେଇ ଘଣ୍ଟା ରହିବେ | ଦ୍ବିପ୍ରହର ୩ଟା ବେଳେ ମୋଦି ସ୍ୱତନ୍ତ୍ର ବିମାନରେ ଜାମ୍ମୁର ଟେକନିକାଲ ଏୟାରପୋର୍ଟରେ ପହଂଚିବେ | ସେଠାରୁ ହେଲିକପ୍ଟର ଯୋଗେ ଦୁମି ଅଭିମୁଖେ ଯିବେ | ଦୁମିରେ ୩ଟି ହେଲିପ୍ୟାଡ଼ ତିଆରି କରାଯାଇଛି | ଆବଶ୍ୟକ ସ୍ଥଳେ ମୋଦିଙ୍କୁ ସଡକ ମାର୍ଗରେ ଯିବାକୁ ହେଲେ ସେଥିପାଇଁ ମଧ୍ୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି |

   Related Posts