ବିଶ୍ୱସ୍ତ କରଦାତାଙ୍କ ଲାଗି ଲଞ୍ଚ୍ ହେବ ସ୍ପେଶାଲ ପ୍ଲାଟଫର୍ମ

Published By : Prameya-News7 Bureau | August 12, 2020 IST

ନୂଆଦିଲ୍ଲୀ ୧୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱସ୍ତ କରଦାତାମାନଙ୍କ ସମ୍ମାନାର୍ଥେ ଏକ ବିଶେଷ ଶୁଳ୍କ ପ୍ଲାଟଫର୍ମ ଲଞ୍ଚ କରିବାକୁ ଯାଉଛନ୍ତି। ଏହି ପ୍ଲାଟଫର୍ମ ସାରା ଦେଶରେ ଗୁରୁବାର ଅର୍ଥାତ ଅଗଷ୍ଟ ୧୩ ତାରିଖରେ ଲଞ୍ଚ ହେବ। ସୂଚନା ଅନୁସାରେ ପ୍ଲାଟଫର୍ମର ନାମକରଣ ‘ଟ୍ରାନ୍ସପାରେଣ୍ଟ ଟ୍ୟାକ୍ସେସନ-ଅନରିଂ ଦ ଅନେଷ୍ଟ’ କରାଯାଇଛି।

ସରକାରଙ୍କ ଅନୁସାରେ ଏହି ପ୍ଲାଟଫର୍ମ ଲଞ୍ଚ ହେଲେ ପ୍ରତ୍ୟକ୍ଷ ଶୁଳ୍କରେ ଅନେକ ପରିବର୍ତ୍ତନ ଦେଖାଯିବ। ସୂଚନା ଯୋଗ୍ୟଯେ ଭାରତ ସରକାର ଦୀର୍ଘ ସମୟରୁ ପ୍ରତ୍ୟକ୍ଷ କର ଉପରେ କାମ କରିଆସୁଛନ୍ତି। ଯେଉଁଥିରେ କର ସୁଧାରକୁ ପ୍ରାଥମିକତା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ ଏହି ସ୍ୱତନ୍ତ୍ର ଶୁଳ୍କ ପ୍ଲାଟଫର୍ମକୁ ଉଦଘାଟନ କରିବେ। ଏଥିପାଇଁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ରହିବେ।

ଉଦଘାଟନୀ ଉତ୍ସବରେ ଚାମ୍ବର ଅଫ କମର୍ସ, ବିଭିନ୍ନ ବାଣିଜ୍ୟିକ ସଙ୍ଗଠନର ମୁଖ୍ୟ, ଆୟକର ବିଭାଗ ଅଧିକାରୀଙ୍କ ସମେତ ନାମୀଦାମୀ କରଦାତାମାନେ ମଧ୍ୟ ଯୋଗଦେବେ। ଏହି ଶୁଳ୍କ ବ୍ୟବସ୍ଥା ଲାଗୁ ହେଲେ କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡଙ୍କ କର ଆଦାୟରେ ଅନେକ ସୁଧାର ହେବ ବୋଲି ଆଶା କରାଯାଉଛି। ଗତବର୍ଷ କର୍ପୋରେଟ ଶୁଳ୍କକୁ ୩୦ ପ୍ରତିଶତରୁ ହ୍ରାସ କରି ୨୦ ପ୍ରତିଶତ କରିଦିଆଯାଇଥିଲା।ଏଥିରେ ସରକାର ଲାଭାଂଶ ବିତରଣ ଲାଗି  ଆଦାୟ ହେଉଥିବା କର ମଧ୍ୟ ସମାପ୍ତ କରିଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.