Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ହରକ୍ୟୁଲେସ୍‌ ବିମାନରୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦୀ, ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର କରିବେ ଉଦ୍‌ଘାଟନ

13/11/2021 at 9:02 PM

ଲକ୍ଷ୍ନୌ ୧୩/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ ନଭେମ୍ବରରେ ହରକ୍ୟୁଲେସ ବିମାନରେ ଆସି ଉତ୍ତରପ୍ରଦେଶ ସୁଲତାନପୁର ଏକ୍ସପ୍ରେସ ୱେରେ ଓହ୍ଲାଇବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିବେ। ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଗୁଡ଼ିକ ଏଠାରେ ଏୟାର ସୋ କରିବେ । ଫାଇଟର ଏୟାର କ୍ରାଫ୍ଟ ସୁଖୋଇ, ଜାଗୁଆର ଓ ମିରାଜ ସେଠାରେ ଫ୍ଲାଏ ପୋଷ୍ଟ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଏହି ଏକ୍ସପ୍ରେସ ୱେ ରାଜ୍ୟର ରାଜଧାନୀ ଲକ୍ଷ୍ନୌର ମଉ,ଆଜମଗଡ଼, ବାରବାଙ୍କି, ସହ ପୂର୍ବରେ ଥିବା ପ୍ରୟାଗରାଜ ଓ ବାରଣାସୀର ପ୍ରମୁଖ ସହରକୁ ଯୋଡ଼ିବ । ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ସୁଲତାନପୁରରେ ଉଦଘାଟନ କାର୍ଯ୍ୟକ୍ରମ ପାଇଁ ହେଉଥିବା ପ୍ରସ୍ତୁତିର ସମୀକ୍ଷା କରି କହିଛନ୍ତି, ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେ ଦ୍ୱାରା ପୂର୍ବ ଉତ୍ତରପ୍ରଦେଶର ଅର୍ଥ ବ୍ୟବସ୍ଥା ସୁଦୃଢ଼ ହେବ । ପ୍ରଧାନମନ୍ତ୍ରୀ ଜୁଲାଇ ୨୦୧୮ରେ ଏକ୍ସପ୍ରେସ୍ ୱେର ଶିଳାନ୍ୟାସ କରିଥିଲେ ।

ଉଦଘାଟନ କାର୍ଯ୍ୟକ୍ରମ ପରେ ଭାରତୀୟ ବାୟୁସେନା ଦ୍ୱାରା ଏୟାର ଶୋ କରାଯିବ। ସୁଲତାନପୁର ଜିଲ୍ଲା ନିକଟରେ ଲଢ଼ୁଆ ବିମାନର ଜରୁରୀକାଳୀନ ଅବତରଣ ପାଇଁ ଏକ୍ସପ୍ରେସ ୱେର ୩.୩ କିମି ରାସ୍ତାକୁ ବିକଶିତ କରାଯାଇଛି । ଭାରତୀୟ ବାୟୁସେନାର ମିରାଜ ୨୦୦୦ ଓ ଏସୟୁ-୩୦ ଏମକେଆଇ ଯୁଦ୍ଧ ବିମାନ ସେଠାରେ ଉଡ଼ାଣ ଓ ଅବତରଣ କରିପାରିବ ବୋଲି ମଧ୍ୟ ଜଣାପଡ଼ିଛି। ଭାରତୀୟ ବାୟୁସେନା ଦ୍ୱାରା ହେବାକୁ ଥିବା ଏୟାର ଶୋ ପାଇଁ ଗତ ଶୁକ୍ରବାର ଦିନ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ପୂର୍ବାଭ୍ୟାସ କରାଯାଇଛି।

   Related Posts