ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ୧୦୧ତମ ଜୟନ୍ତୀ, ୧୦୦ଟଙ୍କିଆ ମୁଦ୍ରା ଜାରି କରିବେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | October 12, 2020 IST

ନୂଆଦିଲ୍ଲୀ ୧୨।୧୦: କେନ୍ଦ୍ର ସରକାର ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ଜନ୍ମ ଜୟନ୍ତୀ ଅବସରରେ ସୋମବାର ୧୦୦ଟଙ୍କିଆ ନୋଟ୍ ଜାରି କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜମାତା ସିନ୍ଧିଆଙ୍କ ଜୟନ୍ତୀ ଅବସରରେ ୧୦୦ଟଙ୍କିଆ ସ୍ବତନ୍ତ୍ର ମୁଦ୍ରା ଜାରି କରିବେ । ରାଜମାତା ବିଜୟା ରାଜେ ସିନ୍ଧିଆଙ୍କର ଆଜି ୧୦୧ତମ ଜୟନ୍ତୀ । ଏହି କାର୍ଯ୍ୟକ୍ରମରେ ଶିବରାଜ ସିଂ ଚୌହାନଙ୍କ ସମେତ ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମୁଦ୍ରାକୁ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାରି କରିବେ ।

ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ଜନ୍ମ ୧୨ ଅକ୍ଟୋବର ୧୯୧୯ରେ ମଧ୍ୟପ୍ରଦେଶ ସାଗରରେ ହୋଇଥିଲା । ରାଜମାତା ବିଜୟା ରାଜେ ସିନ୍ଧିଆ ଗ୍ବାଲିୟରର ରାଜମାତା ଭାବେ ଜଣାଶୁଣା ଥିଲେ । ସେ ଜଣେ ପ୍ରମୁଖ ଭାରତୀୟ ରାଜପରିବାର ବ୍ୟକ୍ତିତ୍ବ ସହ ଜଣେ ରାଜନୈତିକ ବ୍ୟକ୍ତିତ୍ବ ଥିଲେ ।

ସୂଚନା ଅନୁସାର ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ନାଁରେ ଜାରି ହେବାକୁ ଥିବା ଏହି ମୁଦ୍ରାର ଗୋଟିଏ ତାଙ୍କ ଜନ୍ମର ମସିହା ଲେଖା ହୋଇଥିବା ବେଳେ ଅନ୍ୟ ପାର୍ଶ୍ବରେ ଅଶୋକ ସ୍ତମ୍ଭ ରହିଛି । ଅଶୋକ ସ୍ତମ୍ଭ ଉଭୟ ପଟେ ହିନ୍ଦୀ ଏବଂ ଇଂରାଜୀରେ ଭାରତ ଲେଖା ହୋଇଛି । ସେହିଭଳି ଗୋଟିଏ ପଟେ ହିନ୍ଦୀ ଏବଂ ଅନ୍ୟ ପଟେ ଇଂରାଜୀରେ ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ଜନ୍ମ ଶତାବ୍ଦୀ ଲେଖା ହୋଇଛି । ସୂଚନା ଅନୁସାରେ ୧୦୦ ଟଙ୍କିଆ ମୁଦ୍ରା ଜାରି ହେବା ଫଳରେ ଫଳରେ ସିନ୍ଧିଆ ପରିବାର ଏଭଳି ପ୍ରଥମ ପରିବାର ଯାହା ପାଇଁ ରାଜ୍ୟ ସରକାର ମୁଦ୍ରା ଜାରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.