Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଇଲେକ୍ଟ୍ରୋନିକ୍‌ ଭାଉଚର ଭିତ୍ତିକ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ‘ଇ-ରୁପି’ର ହେବ ଆରମ୍ଭ, ଲୋକେ ସୁବିଧାରେ ପାଇବେ ସେବା

2/08/2021 at 4:50 AM

ନୂଆଦିଲ୍ଲୀ, ୨/୮: ଦିନକୁ ଦିନ ଦେଶରେ ଡିଜିଟାଲ୍‌ ପେମେଣ୍ଟ୍‌ ବ୍ୟବସ୍ଥାକୁ ଅଧିକ ସହଜ ଏବଂ ପ୍ରସାର କରିବା ପାଇଁ ସରକାର ଲାଗିପଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ସୋମବାର) ଇଲେକ୍ଟ୍ରୋନିକ୍‌ ଭାଉଚରଭିତ୍ତିକ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ‘ଇ-ରୁପି’ର ଆଜି ଶୁଭାରମ୍ଭ କରିବେ । ଏ ନେଇ ଆୟୋଜିତ ହେବାକୁ ଥିବା ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇ-ରୁପି ଶୁଭାରମ୍ଭ କରିବା ପରେ ଉଦ୍‌ବୋଧନ ଦେବେ । ପ୍ରଧାନମନ୍ତ୍ରୀ ସବୁବେଳେ ଡିଜିଟାଲ ନେଣଦେଣକୁ ବିକଶିତ କରିବା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ଏହାକୁ ଅଧିକରୁ ଅଧିକ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଉଛି ।

ଉତ୍ତମ ଗଭର୍ଣ୍ଣାନ୍ସ ଲକ୍ଷ୍ୟକୁ ଆଗେଇ ନେବାରେ ଏହି ଇଲେକ୍ଟ୍ରୋନିକ୍‌ ଭାଉଚର ଡିଜିଟାଲ ବ୍ୟବସ୍ଥା ସହାୟକ ହେବ । ନ୍ୟାସନାଲ୍‌ ପେମେଣ୍ଟସ କର୍ପୋରେସନ ଅଫ୍‌ ଇଣ୍ଡିଆ, ଅର୍ଥ ସେବା ବିଭାଗ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଏହି ବ୍ୟବସ୍ଥାକୁ ବିକଶିତ କରାଯାଇଛି । ଇ-ରୁପି ହେଉଛି ଏକ କ୍ୟୁଆର୍‌ କୋଡ୍‌ ବା ଏସ୍‌ଏମ୍‌ଏସ୍‌ ଭିତ୍ତିକ ଇ-ଭାଉଚର, ଯାହା ହିତାଧିକାରୀଙ୍କ ମୋବାଇଲ ଫୋନ୍‌କୁ ପଠାଯାଇଥାଏ । ଏହି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ବ୍ୟବହାରକାରୀ କୌଣସି କାର୍ଡ, ଡିଜିଟାଲ ପେମେଣ୍ଟ ଆପ୍‌ ଅଥବା ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ବ୍ୟବହାର ନ କରି ଇ-ଭାଉଚର ପଠାଇ ପାରିବେ ।

   Related Posts