ରେଳ ବିଭାଗ ପକ୍ଷରୁ ଗାନ୍ଧିନଗର ରେଲଓ୍ବେ ଷ୍ଟେସନରେ ନିର୍ମାଣ ହେଲା ପ୍ରଥମ ପଞ୍ଚତାରକା ହୋଟେଲ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | July 14, 2021 IST

ଗାନ୍ଧିନଗର ୧୪/୦୭ : ଭାରତୀୟ ରେଲୱେର ରୂପରେଖ ଖୁବଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ ଭାରତୀୟ ରେଳୱେ ଏକ ନୂତନ କୀର୍ତ୍ତିମାନ ହାସଲ କରି ରେଲୱେ ଷ୍ଟେସନ ଓ ରେଲୱେ ଟ୍ରାକ୍ ଉପରେ ଏହାର ପ୍ରଥମ ପାଞ୍ଚ ତାରକା ହୋଟେଲ ନିର୍ମାଣ କରିଛି। ଗୁଜୁରାଟର ଗାନ୍ଧିନଗର କ୍ୟାପିଟାଲ୍ ଷ୍ଟେସନକୁ ଭାରତୀୟ ରେଲୱେ ଦ୍ୱାରା ସମ୍ପୂର୍ଣ୍ଣ ରୂପେରେଖାରେ ନିର୍ମାଣ କରାଯାଇଛି, ଯାହାକି ବିଶ୍ୱସ୍ତରୀୟ ତଥା ଅତ୍ୟାଧୁନିକ । ଯାତ୍ରୀମାନଙ୍କ ସୁବିଧା ପାଇଁ ଏଠାରେ ଅତ୍ୟାଧୁନିକ ସୁବିଧାସୁଯୋଗ ମଧ୍ୟ ରହିଛି ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ପୁନଃନିର୍ମାଣ ହୋଇଥିବା ଗାନ୍ଧିନଗର ରେଳ ଷ୍ଟେସନ ଉପରେ ନୂତନ ଭାବେ ନିର୍ମିତ ପଞ୍ଚ ତାରକା ହୋଟେଲ ଏବଂ ଅନ୍ୟାନ୍ୟ ବଡ଼ ପ୍ରକଳ୍ପର ଉଦଘାଟନ କରିବେ। ଏହା ଭର୍ଚୁଆଲ୍ ଇଭେଣ୍ଟରେ ପିଏମ ମୋଦୀ ଗାନ୍ଧିନଗର-ବାରାଣାସୀ ସାପ୍ତାହିକ ସୁପରଫାଷ୍ଟ ଟ୍ରେନ୍ ଏବଂ ଗାନ୍ଧିନଗର-ବରେଥା ମେମୁ ଟ୍ରେନକୁ ମଧ୍ୟ ଫ୍ଲାଗ୍ ଦେଖାଇବେ। ଗାନ୍ଧିନଗରର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହିବେ। ଏହା ସହ ଗାନ୍ଧିନଗର ରାଜଧାନୀ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଏକ ଉତ୍ତମ ଅନୁଭବ ପ୍ରଦାନ ପାଇଁ ବିଶେଷ ପ୍ରକାରର ଆଲୋକ ବ୍ୟବସ୍ଥା ମଧ୍ୟ କରାଯାଇଛି।

wp:embed {"url":"https://twitter.com/DarshanaJardosh/status/1415209500152242179","type":"rich","providerNameSlug":"twitter","responsive":true,"className":""}
https://twitter.com/DarshanaJardosh/status/1415209500152242179
/wp:embed

ଗୁଜୁରାଟର ଗାନ୍ଧିନଗର କ୍ୟାପିଟାଲ ରେଲୱେ ଷ୍ଟେସନରେ  ରେଲୱେ ଟ୍ରାକ୍ ଉପରେ ଏକ ପାଞ୍ଚ ତାରକା ହୋଟେଲ ନିର୍ମାଣ କରି ଭାରତୀୟ ରେଲୱେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ରେଳୱେ ଷ୍ଟେସନ୍ ଭାରତୀୟ ରେଳର ପଶ୍ଚିମ ଜୋନରେ ଅବସ୍ଥିତ । ଏହି ବିଳାସପୂର୍ଣ୍ଣ ହୋଟେଲରେ ୩୧୮ଟି ରୁମ୍ ରହିଛି ଏବଂ ଏହା ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ହେବ। ବର୍ତ୍ତମାନ ଏହି ହୋଟେଲରେ ଜାତୀୟ ତଥା ଆନ୍ତର୍ଜାତୀୟ ଅତିଥିମାନେ ମଧ୍ୟ ଯୋଗଦେବେ। ଏଥି ସହିତ ଷ୍ଟେସନ ଭିତରେ ଏକ ଗେଟ୍ ନିର୍ମାଣ କରାଯାଇଛି, ଯାହା ସାହାଯ୍ୟରେ ଯାତ୍ରୀମାନେ ସିଧାସଳଖ ହୋଟେଲ ଭିତରକୁ ଯାଇପାରିବେ। ଏହା ସହିତ ଷ୍ଟେସନରେ ମୁଖ୍ୟ ଫାଟକ ନିକଟରେ ଲିଫ୍ଟ ଏବଂ ଏସ୍କାଲେଟରର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି। ଏହି ହୋଟେଲଟି ୭ ହଜାର ୪୦୦ ବର୍ଗ ମିଟରରେ ବ୍ୟାପିଚି । ଏହା ୭୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.