Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଜୁଲାଇ ୧୫ରେ ବାରାଣାସୀ ଗସ୍ତରେ ଯିବେ ପିଏମ୍ ମୋଦି: ଉଦଘାଟନ କରିବେ ରୁଦ୍ରାକ୍ଷ କନଭେନସନ୍ ସେଣ୍ଟର

13/07/2021 at 5:34 PM

ନୂଆଦିଲ୍ଲୀ ୧୩/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୫, ଗୁରୁବାର ଦିନ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତରେ ଯିବେ। କରୋନାର ଦ୍ୱିତୀୟ ଲହର ପରେ ଏହା ମୋଦିଙ୍କ ପ୍ରଥମ ବାରାଣାସୀ ଗସ୍ତ। ବାରାଣାସୀରେ ମୋଦି ରୁଦ୍ରାକ୍ଷ କନଭେନସନ ସେଣ୍ଟର ଉଦଘାଟନ କରିବେ। ବନାରସ ହିନ୍ଦୁ ୟୁନିଭର୍ସିଟିରେ କୋଭିଡ ପ୍ରୋଟୋକଲ ପାଳନ କରି ଏକ ଜନସଭାକୁ ସମ୍ବୋଧିତ କରିବେ। ମୋଦିଙ୍କ ଗସ୍ତ ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ପ୍ରସ୍ତୁତି ତଦାରଖ କରିବେ ଓ କାଶୀ ବିଶ୍ୱନାଥ ମନ୍ଦିରରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ମଧ୍ୟ କରିବେ।

କୁହାଯାଉଛି ଯେ ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ମୋଦି ଏଜେଣ୍ଡା ସେଟ କରିପାରନ୍ତି। ଆଗାମୀ ବର୍ଷ ଆରମ୍ଭରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ପଞ୍ଚାୟତ ଓ ବ୍ଲକ ନିର୍ବାଚନରେ ବିଜେପିର ବିଜୟକୁ ନେଇ ମୋଦି ଯୋଗୀ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ପୂର୍ବରୁ ମୋଦି ଦେବ ଦୀପାବଳି ଅବସରରେ ବାରାଣାସୀ ଗସ୍ତରେ ଯାଇଥିଲେ। ବାରାଣାସୀରେ ରୁଦ୍ରାକ୍ଷ କନଭେନସନ ସେଣ୍ଟର ପ୍ରସ୍ତୁତ ହୋଇସାରିଛି। ଏହାର ଭବ୍ୟତାକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଜାପାନ ସାହାଯ୍ୟରେ ୧୮୬ କୋଟି ଟଙ୍କାରେ ନିର୍ମାଣ ହୋଇଛି ଏହି ରୁଦ୍ରାକ୍ଷ କନଭେନସନ ସେଣ୍ଟର। ଏହା ଏକ ପ୍ରକାର ଆଧୁନିକ କନଭେନସନ ସେଣ୍ଟର।

୨୦୧୫ ମସିହାରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ମୋଦିଙ୍କ ସହ ଏଠାକୁ ଆସିଥିଲେ। ସେତେବେଳେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ବିଲଡିଂରେ ୧୦୮ ରୁଦ୍ରାକ୍ଷକୁ ଯୋଡାଯାଇଛି ଯାହା ଏହି ବିଲଡିଂ ଆହୁରି ସୁନ୍ଦର କରିଛି। ୩ ଏକର ଜମିରେ ବିସ୍ତାର ଲାଭ କରିଥିବା ଏହି କନଭେନସନ ସେଣ୍ଟରରେ ଗ୍ରାଉଣ୍ଡ ଫ୍ଲୋର, ଫାଷ୍ଟ ଫ୍ଲୋର ଓ ଏକ ସୁନ୍ଦର ଆକର୍ଷଣୀୟ ହଲ ମଧ୍ୟ ଅଛି।

ଏଠାରେ ଏକସଙ୍ଗେ ୧୨୦୦ ଦର୍ଶକ ବସି କାର୍ଯ୍ୟକ୍ରମ ଦେଖିପାରିବେ। ଏଠାରେ ପଡିଥିବା ଚେୟାରଗୁଡିକ ଭିଏତନାମରୁ ମଗାଯାଇଛି। ଜାପାନର କମ୍ପାନୀ ଓରିଏଣ୍ଟାଲ ଗ୍ଲୋବାଲ ଏହାକୁ ଡିଜାଇନ କରିଛି। ପ୍ରଧାନମନ୍ତ୍ରୀ ହେବାପରେ ମୋଦି ଯେତେବେଳେ ଜାପାନ ଗସ୍ତରେ ଯାଇଥିଲେ ସେତେବେଳେ ସେ କହିଥିଲେ ଯେ କାଶୀକୁ କ୍ୟୋଟୋ (ଜାପାନର ଏକ ସହର) ଭଳି କରିବେ। ରୁଦ୍ରାକ୍ଷରୁ ମୋଦି ୭୨୫ କୋଟିର ଯୋଜନା ଓ ୮୫୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିବେ।

ଏହାପରେ ସେ ବିଏଚୟୁ ପରିସରରେ ଏକ ଜନସଭାକୁ ସମ୍ବୋଧିତ କରିବେ। ସମସ୍ତଙ୍କ ନଜର ମୋଦିଙ୍କ ଭାଷଣ ଉପରେ ରହିଛି ଯେ ମୋଦି ବାରାଣାସୀରେ କଣ ସନ୍ଦେଶ ଦେବେ। ଜିଲ୍ଲା ଅଧିକାରୀ କୌଶଲରାଜ ଶର୍ମା କହିଛନ୍ତି ଯେ ଏଥର ମୋଦି କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିପାରିବେ ନାହିଁ। କାରଣ ସେ ବାରାଣାସୀ ମାତ୍ର ୫ ଘଣ୍ଟା ରହିବେ। ଏହା ପୂର୍ବରୁ ଦେବ ଦୀପାବଳିରେ ମୋଦି ବାରାଣାସୀ ଯାଇଥିଲେ। ଗଙ୍ଗା ଘାଟରେ ଦୀପ ଲଗାଇ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜା ମଧ୍ୟ କରିଥିଲେ। କରୋନା ମୁକାବିଲାରେ ବାରାଣାସୀ ମଡେଲକୁ ମୋଦି ଖୁବ ପ୍ରଶଂସା କରିଥିଲେ।

   Related Posts