ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିବ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ, ଜାଣନ୍ତୁ କାହିଁକି

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ - ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ମିଳିବ । ଆମେରିକା ଗସ୍ତ ସମୟରେ ବିଲ୍‌ ମେଲିଣ୍ଡା ଫାଉଣ୍ଡେସନ୍‌ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯିବ । ସ୍ୱଚ୍ଛ ଭାରତ ମିଶନ୍‌ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ବିଷୟରେ ଟ୍ୱିଟରରେ ସୂଚନା ଦେଇଛନ୍ତି ।
ଏହି ପୁରସ୍କାର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ ବୋଲି ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହି ମହାନ ଉଦ୍ୟମ ଓ ପରିଶ୍ରମ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି ବୋଲି ସେ ଟ୍ୱିଟରରେ ସୂଚନା ଦେଇଛନ୍ତି ।

wp:core-embed/twitter {"url":"https://twitter.com/DrJitendraSingh/status/1168432951811399682","type":"rich","providerNameSlug":"twitter","className":""}
https://twitter.com/DrJitendraSingh/status/1168432951811399682
/wp:core-embed/twitter

ଏହା ପୂର୍ବରୁ ୬ଟି ମୁସଲିମ୍‌ ଦେଶ ଦ୍ୱାରା ସମ୍ମାନିତ ହୋଇଥିଲେ ।

ମୋଦୀ ପାଇଥିବା ବିଭିନ୍ନ ଅନ୍ତର୍ଜାତୀୟ ସମ୍ମାନ-
ସମ୍ମାନ-କିଙ୍ଗ ହମାଦ ଅର୍ଡର ଅଫ୍‌ ରିନେସଂସ, ୨୪ , ଅଗଷ୍ଟ ୨୦୧୯ , ବାହାରିନ୍‌ର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ

ସମ୍ମାନ-ଅର୍ଡର ଅଫ୍‌ ଦି ଡିଷ୍ଟିଂଗାଇଜ୍‌ ରୁଲ୍‌ ଅଫ୍‌ ଇଜ୍ଜୁ୍ଦ୍ଦୀନ . ୮ ଜୁନ୍‌ , ୨୦୧୯ , ବିଦେଶୀ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଦିଆଯାଉଥିବା ସମ୍ମାନ ।

ସମ୍ମାନ-ଅର୍ଡର ଅଫ୍‌ ସେଣ୍ଟେ ଐଣ୍ଡୁ, ୧୨ ଏପ୍ରିଲ , ୨୦୧୯ , ଋଷ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ

ସମ୍ମାନ- ଅର୍ଡର ଅଫ୍‌ ଜାୟେଦ , ୪ ଏପ୍ରିଲ ,୨୦୧୯ , ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ

ସମ୍ମାନ-ଗ୍ରାଣ୍ଡ କାଲର ଅଫ୍‌ ଦି ଷ୍ଟେଟ ଅଫ୍‌ ଫିଲିସ୍ତୀନ, ୧୦ ଫ୍ରେବୃଆରୀ ,୨୦୧୮ , ବିଦେଶୀ ଗଣ୍ୟାମାନ୍ୟ ବ୍ୟକ୍ତି୍ଙ୍କୁ ଫିଲିସ୍ତାନୀ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ନାଗରିକ ସମ୍ମାନ

ସମ୍ମାନ- ଷ୍ଟେଟ୍ ଅର୍ଡ ଅଫ୍‌ ଗାଜି ଅମୀର ଅମାନୁଲ୍ଲାହ ଖାନ, ୪ ଜୁନ୍‌ ୨୦୧୬ , ଆଫଗାନୀସ୍ତାନର ସର୍ବୋଚ୍ଚ ସମ୍ମାନ

ସମ୍ମାନ- ଅର୍ଡର ଅଫ୍‌ ଅବ୍ଦୁଲଅଜିଜ୍‌ ଅଲ ସଉଦ, ୩ ଏପ୍ରିଲ , ୨୦୧୬ ସାଉଦି ଆରବ ପକ୍ଷରୁ ଅନ୍ୟ ଧର୍ମର ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଦିଆଯାଉଥିବା ସମ୍ମାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.