Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଜୟସାଲମେରରେ ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ମୋଦୀ ! ସିଡିଏସ ଓ ସେନା ମୁଖ୍ୟ ମଧ୍ୟ ରହିବେ ଉପସ୍ଥିତ

13/11/2020 at 12:32 PM

ନୂଆଦିଲ୍ଲୀ, ୧୩|୧୧: କରୋନା ମହାମାରୀ ମଧ୍ୟରେ ସାରା ଦେଶ ଦୀପାବଳି ପାଳନ କରିବାକୁ ଯାଉଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚଳିତ ବର୍ଷ ସ୍ୱତନ୍ତ୍ର ଅନ୍ଦାଜରେ ଦୀପାବଳି ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଚଳିତ ଥର ଜୟସାଲମେର ସୀମାରେ ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ସିଡିଏସ ବୀପିନ ରାଓ୍ୱତ, ସେନା ମୁଖ୍ୟ ଏମଏମ ନରଓ୍ୱଣେ ମଧ୍ୟ ସାମିଲ ହୋଇପାରନ୍ତି ।

ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଦୀପାବଳି ଉତ୍ସବ ଯବାନଙ୍କ ସହ ପାଳନ କରି ଆସୁଛନ୍ତି । ଏହାପୂର୍ବରୁ ମୋଦୀ ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ ସମେତ ଅନ୍ୟ ସ୍ଥାନରେ ଯବାନଙ୍କ ଗହଣରେ ଦୀପାବଳି ମନାଇଛନ୍ତି । ଏହି ଦିନ ପ୍ରଧାନମନ୍ତ୍ରୀ ଯବାନଙ୍କୁ ସାକ୍ଷାତ କରିବା ସହ କିଛି ସମୟ ବିତାଇଥାନ୍ତି । ଏପରିକି ମିଠା ମଧ୍ୟ ବାଣ୍ଟିଥାନ୍ତି ।

ଗତ କିଛିଦିନ ତଳେ ଲେହରେ ଯବାନଙ୍କୁ ଭେଟିଥିଲେ ମୋଦୀ

ଗତ କିଛିଦିନ ଧରି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ପରିସ୍ଥିତି ଉତ୍ତେଜନାମୂଳକ ରହିଛି । ଏପରି ସ୍ଥିତିରେ ଯଦି ପ୍ରଧାନମନ୍ତ୍ରୀ ଯବାନଙ୍କୁ ଭେଟନ୍ତି ତେବେ ଯବାନଙ୍କ ମନୋବଳ ବୃଦ୍ଧି ପାଇବ । ସୂଚନାଯୋଗ୍ୟ, ଲଦ୍ଦାଖ ଉତ୍ତେଜନା ମଧ୍ୟରେ ମୋଦୀ ହଠାତ ଲେହ ଗସ୍ତ କରିଥିଲେ । ଏହି ଗସ୍ତରେ ସେ ଯବାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାସହ ସମ୍ବୋଧନ ମଧ୍ୟ କରିଥିଲେ ।  

   Related Posts