Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

୩ ବର୍ଷ ହେଲା ଯୋଗ ଦିବସରେ ମୋଦି ବ୍ୟବହାର କରୁଛନ୍ତି ଏହି ଗାମୁଛା : କ’ଣ ଏହାର ରହସ୍ୟ

21/06/2019 at 2:23 PM

ନୂଆଦିଲ୍ଲୀ ୨୧/୬ : ଆଜି ପଞ୍ଚମ ଆନ୍ତଜାତୀୟ ଯୋଗ ଦିବସ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରଖଣ୍ଡ ରାଜଧାନୀ ରାଞ୍ଚିରେ ହଜାର ହଜାର ସଂଖ୍ୟକ ଲୋକଙ୍କ ସହ ଯୋଗ କରିଛନ୍ତି । ମୋଦି ଏଠାରେ ୪୫ ମିନିଟରେ ୧୩ଟି ଯୋଗାସନ କରିଛନ୍ତି । ଯୋଗ କଲାବେଳେ ମୋଦିଙ୍କ ବେକରେ ତାଙ୍କର ପ୍ରିୟ ଗାମୁଛା ଥିଲା । ଗତ ୩ ବର୍ଷ ହେଲା ଯୋଗ ଦିବସରେ ମୋଦି ଏହି ଗାମୁଛା ହିଁ ବ୍ୟବହାର କରୁଛନ୍ତି । ଆସନ୍ତୁ ଜାଣିବା ଏହି ଗାମୁଛାର ବିଶେଷତ୍ୱ ।

ଭାରତର ଉତ୍ତରପୂର୍ବ ଆସାମ ସହ ଏହି ଗାମୁଛାର ବିଶେଷ ସମ୍ପର୍କ ରହିଛି । ଏହା ଏକ ଆସାମୀ ଗାମୁଛା । ଏହି ଗାମୁଛା ଅନେକ ସମୟରେ ମୋଦି ନିଜ ବେକରେ ପକାଇବା ଆପଣମାନେ ଦେଖିଥିବେ । ଏହି ଗାମୁଛା ବେକରେ ପକାଇ ମୋଦି ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଗତ ୩ବର୍ଷ ହେଲା ଯୋଗ ଦିବସରେ ମୋଦି ଏହି ଗାମୁଛା ବ୍ୟବହାର କରୁଛନ୍ତି । ତା ପୂର୍ବରୁ ଏକ ତ୍ରିରଙ୍ଗା ଏବଂ ତ୍ରିଭୁଜାକାର ଗାମୁଛା ବ୍ୟବହାର କରୁଥିଲେ । ଏହି ଆସାମୀ ଗାମୁଛା ଦେଶରେ ବହୁତ ଲୋକପ୍ରିୟ ।

ଏହି ଗାମୁଛାର ଫ୍ୟାବରିକ ବହୁତ ସଫ୍ଟ । ଏଥିରେ କେବଳ ଝାଳ ସଫା ହୋଇନଥାଏ ବରଂ ଏହା ଶରୀରର ତାପମାତ୍ରା ମଧ୍ୟ କମାଇଥାଏ । 

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଆସାମୀ ଗାମୁଛା ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସାମିଲ ହୋଇଛି । ଏହା ଦୁନିଆର ସବୁଠାରୁ ଲମ୍ବା ଗାମୁଛା । ଏହାର ଲମ୍ବା ପାଖାପାଖି ୧୪୫୫.୩ ମିଟର । ଏହି ଗାମୁଛା ସମ୍ପୂର୍ଣ ସୁତିରେ ତିଆରି । ସୁତିରେ ତିଆରି ଏହି ଗାମୁଛାର ଦୁଇପଟେ ନାଲି ରଙ୍ଗ ସୁତାରେ କଢାଇ ଡିଜାଇନ କରାଯାଇଥାଏ ।

ପ୍ରଧାନମନ୍ତ୍ରୀ ମୋଦି ଯୋଗ ଛଡା ଅନ୍ୟ ବିଶେଷ କାର୍ଯ୍ୟକ୍ରମରେ ମଧ୍ୟ ଏହି ଗାମୁଛାରେ ନଜର ଆସିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମକୁ ସମ୍ବୋଧନ କଲାବେଳେ ମଧ୍ୟ ସେ ଏହି ଗାମୁଛା ବେକରେ ପକାଇଥାନ୍ତି ।

   Related Posts