ପ୍ରୟାଗରାଜରେ ସଫେଇ କର୍ମଚାରୀଙ୍କ ଗୋଡ ଧୋଇ ମୁଣ୍ଡ ନୁଆଇଁ ନମସ୍କାର କଲେ ମୋଦି

Published By : Prameya-News7 Bureau | February 24, 2019 IST

ପ୍ରୟାଗରାଜ ୨୪/୨ : ପ୍ରୟାଗରାଜ କୁମ୍ଭରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜରେ ପହଂଚିବା ପରେ ପ୍ରଥମେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ |

{"id":88360,"width":570,"height":397}

ବୁଡ଼ ପକାଇ ମୋଦି ମନ୍ତ୍ର ଉଚ୍ଚାରଣ କରି ପୂଜା ମଧ୍ୟ କରିଥିଲେ | ଏହାପରେ ସଫେଇ କର୍ମଚାରୀଙ୍କ ଗୋଡ ଧୋଇ ସେମାନଙ୍କୁ ସମ୍ମାନିତ କରିଥିଲେ | ମୋଦିଙ୍କ ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଥିଲେ |

{"id":88358,"width":573,"height":509}


ମୋଦି ସଫେଇ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କୁ ସମ୍ମାନିତ କରିଥିଲେ | ପିତ୍ତଳ ଥାଳିରେ ମୋଦି ନିଜେ କର୍ମଚାରୀଙ୍କ ଗୋଡ ଧୋଇଥିଲେ | ଗୋଡ ଧୋଇବା ପରେ ଗାମୁଛାରେ ସଫେଇ କର୍ମଚାରୀଙ୍କ ଗୋଡ ପୋଛି ଦେଇଥିଲେ |

{"id":88361,"width":574,"height":426}

ଏହାପରେ ସଫେଇ କର୍ମଚାରୀଙ୍କୁ ମୁଣ୍ଡ ନୁଆଇଁ ନମସ୍କାର କରିଥିଲେ | ଏମାନଙ୍କ ଅବଦାନ କୁମ୍ଭରେ ମହତ୍ଵପୁର୍ଣ ହୋଇଥିବାରୁ ମୋଦି ଏମାନଙ୍କୁ ସମ୍ମାନିତ କରିଥିଲେ |

wp:core-embed/twitter {"url":"https://twitter.com/i/status/1099646962901622784","type":"rich","providerNameSlug":"twitter","className":""}
https://twitter.com/i/status/1099646962901622784
/wp:core-embed/twitter {"id":88359,"width":579,"height":463}


ପ୍ରଧାନମନ୍ତ୍ରୀଙ୍କ ପ୍ରୟାଗରାଜ ଗସ୍ତକୁ ଲୋକସଭା ନିର୍ବାଚନ ପ୍ରସ୍ତୁତି ସହ ଯୋଡ଼ିଛନ୍ତି ବିରୋଧୀ |

{"id":88365}

ଲୋକସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ପ୍ରୟାଗରାଜ ଗସ୍ତ ମହତ୍ଵପୁର୍ଣ ବୋଲି ବିଚାର କରାଯାଉଛି | ଜବାହର ଲାଲ ନେହରୁଙ୍କ ପରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିବା ମୋଦି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ |

{"id":88366}
{"id":88367}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.