୫ ହଜାର ବର୍ଷ ପୁରୁଣା ଗୁରୁବାୟୁରପ୍ପନ ମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପୂଜା କଲେ ମୋଦି

Published By : Prameya-News7 Bureau | June 08, 2019 IST

ଥିରୁଅନନ୍ତପୁରମ ୮/୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳ ଗୁରୁଵାୟୁରପ୍ପନ ସ୍ଥିତ ଶ୍ରୀକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମୋଦି ମନ୍ଦିରର ପାରମ୍ପରିକ ବେଶଭୂଷା ପରିଧାନ କରି ପୂଜା କରିଛନ୍ତି । ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଭିନବ ସଭାରେ ସେ କହିଛନ୍ତି ଯେ, ଗୁଜୁରାଟ ଲୋକଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ସହ ଗଭୀର ସମ୍ପର୍କ ରହିଛି । ଗୁରୁବାୟୁ ସହରରେ ସ୍ଥିତ ଶ୍ରୀକୃଷ୍ଣ ମନ୍ଦିର ପାଖାପାଖି ୫ ହଜାର ବର୍ଷ ପୁରୁଣା । ଏହା ପୂର୍ବରୁ ୨୦୦୮ ମସିହାରେ ମୋଦି ଏହି ମନ୍ଦିର ଦର୍ଶନ କରିଥିଲେ ।

{"id":120872}

ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ପାଖାପାଖି ଘଂଟାଏ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କଲେ । ଘିଅ, ନାଲି କଦଳୀ, ପଦ୍ମ ଫୁଲ ସହ ତୁଲାଭରମ ଏବଂ ଅନେକ ବସ୍ତୁ ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ନିଜର ଦ୍ୱିତୀୟ କାର୍ଯ୍ୟକାଳ ପୂର୍ବରୁ ବିଦେଶ ଯାତ୍ରା ପାଇଁ କେରଳରୁ ମାଲଦ୍ଵୀପ ଏବଂ ଶ୍ରୀଲଙ୍କା ଯିବେ । ରବିବାର ଦିନ ଫେରିବା ସମୟରେ ଆନ୍ଧ୍ର ପ୍ରଦେଶ ଯିବେ ଏବଂ ତିରୁପତି ମନ୍ଦିରରେ ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଦର୍ଶନ କରିବେ ।

{"id":120873}

ଗୁରୁବାୟୁରୁପ୍ପନ ମନ୍ଦିର ଦକ୍ଷିଣର ଦ୍ୱାରିକା ନାମରେ ମଧ୍ୟ ପରିଚିତ । ଭଗଵନ ଶ୍ରୀକୃଷ୍ଣ ଏହି ମନ୍ଦିରରେ ବିରାଜମାନ ଅଛନ୍ତି । ପୌରାଣିକ ତଥ୍ୟ ଅନୁଯାୟୀ, ମନ୍ଦିର ନିର୍ମାଣ ବୃହସ୍ପତି କରିଥିଲେ ।

{"id":120880}

ମନ୍ଦିର ୫ ହଜାର ବର୍ଷ ପୁରୁଣା ଏବଂ ୧୬୩୮ ମସିହାରେ ଏହାର କେତେକ ଅଂଶର ପୁନଃନିର୍ମାଣ ହୋଇଥିଲା । ଏହି ମନ୍ଦିରର ବିଶେଷତ୍ୱ ହେଲା ଏହି ମନ୍ଦିରରେ ହିନ୍ଦୁ ଧର୍ମ ଛଡା ଅନ୍ୟ କୌଣସି ଧର୍ମର ଲୋକେ ପ୍ରବେଶ କରିପାରିବେନାହିଁ ।

{"id":120874}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.