Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ମଦୁରାଇ ମିନାକ୍ଷୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦି: ପାରମ୍ପରିକ ପୋଷାକ ପରିଧାନ କରି କଲେ ପୂଜାର୍ଚ୍ଚନା

2/04/2021 at 1:51 PM

ମଦୁରାଇ ୦୨/୦୪ : ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେବେଳେ ପଶ୍ଚିମବଙ୍ଗ, କେତେବେଳେ କର୍ଣ୍ଣାଟକ ତ କେତେବେଳେ ତାମିଲନାଡୁରେ ରାଲି କରୁଛନ୍ତି। ଦକ୍ଷିଣ ଭାରତରେ ନିର୍ବାଚନ ଅଭିଯାନ ମଧ୍ୟରେ ମୋଦି ଗୁରୁବାର ଦିନ ମଦୁରାଇରେ ପହଞ୍ଚିଥିଲେ। ମଦୁରାଇରେ ପହଞ୍ଚିବା ପରେ ପ୍ରସିଦ୍ଧ ମିନାକ୍ଷୀ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ।

ମନ୍ଦିର ପରିସରରେ ପହଞ୍ଚିବା ପରେ ମୋଦି ବିଧି ମୁତାବକ ପୂଜା ସାମଗ୍ରୀ କିଣିଥିଲେ ଓ ମନ୍ଦିର ପ୍ରବେଶ ଦ୍ୱାରରୁ ପୂଜା କରି ଭିତରକୁ ପ୍ରବେଶ କରିଥିଲେ।

ମୋଦି ମନ୍ଦିରରେ ପହଞ୍ଚିବା ଖବର ଶୁଣି ବହୁ ସଂଖ୍ୟାରେ ସମର୍ଥକ ମଧ୍ୟ ସେଠାରେ ପହଞ୍ଚିଥିଲେ। ମୋଦି ସମର୍ଥକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ମୋଦି ପୁରା ପାରମ୍ପରିକ ବେଶଭୂଷାରେ ମିନାକ୍ଷୀ ସୁନ୍ଦରଶ୍ବର ମନ୍ଦିର ଯାଇଥିଲେ। ସେ ତାମିଲନାଡୁର ପାରମ୍ପରିକ ପରିଧାନ ପିନ୍ଧିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଯେଉଁ ମନ୍ଦିରକୁ ଯାଆନ୍ତି ସେହି ରାଜ୍ୟର ପାରମ୍ପରିକ ପରିଧାନ ଧାରଣ କରିଥାନ୍ତି।

ମିନାକ୍ଷୀ ସୁନ୍ଦରଶ୍ବର ମନ୍ଦିରରେ ପୂଜା କରିବା ସମୟରେ ମୋଦି ସେଠାକାର ଲୋକଙ୍କ ସହ କଥାବାର୍ତ୍ତା କରିଥିବା ନଜର ଆସିଥିଲେ। ସେ ମନ୍ଦିରର ପୁରାତନ କଥା ଓ ବିଶ୍ୱାସ ସମ୍ପର୍କରେ କଥାବାର୍ତ୍ତା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଦିନ ମଦୁରାଇର ଏକ ଜନସଭାକୁ ସମ୍ବୋଧିତ କରିବେ। ଏଥିରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ପନିରସେଲ୍ବମଙ୍କ ସମେତ ଅନ୍ୟ ନେତା ମଧ୍ୟ ଉପସ୍ଥିତ ରହିବେ।

   Related Posts