ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦି : ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ ସହ ଖୋର୍ଦ୍ଧା ଗୋଶାଳା ପଡିଆରେ ସ୍ବାଭିମାନ ସମାବେଶରେ ଦେଲେ ଯୋଗ

Published By : Prameya-News7 Bureau | December 24, 2018 IST

ଭୁବନେଶ୍ବର ୨୪|୧୨ : ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଆଇଆଇଟି ଭୁବନେଶ୍ବରକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିବା ସହ ବ୍ରହ୍ମପୁର ଆଇଜରର ଶିଳାନ୍ୟାସ କରିଛନ୍ତି ।  ଏହାସହ ୧୪ ହଜାର କୋଟି ଟଙ୍କାର ୧୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ  ଶିଳାନ୍ୟାସ କରିଛନ୍ତି । ଏହି ସମୟରେ  ପାଇକ ବିଦ୍ରୋହ ୨୦୦ ବର୍ଷ ପୂର୍ତ୍ତି ଅବସରରେ ଡାକ ଟିକଟ ଉନ୍ମୋଚନ କରିଛନ୍ତି । ପୂର୍ବ ଭାରତର ବିକାଶ ଲାଗି କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ । ଓଡିଶାରେ ପୂର୍ବ ଭାରତର ପେଟ୍ରୋଲିୟମ ହବ୍ ହେବବୋଲି ମୋଦି କହିଛନ୍ତି ।

{"id":66764}

ଆଇଆଇଟିରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ପରେ ଖୋର୍ଦ୍ଧା ଗୋଶାଳା ପଡିଆରେ ଆୟୋଜିତ ସ୍ବାଭିମାନ ସମାବେଶରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ମୋଦି । ଏହା ସହ ବୀର ମାଟି ବରୁଣେଇରେ ପାଦ ଦେଇଥିବାରୁ ସେ ନିଜକୁ ଧନ୍ୟ ମନେକରିଛନ୍ତି ବୋଲି କହିଥିଲେ । ପାଇକ ବିଦ୍ରୋହର କେନ୍ଦ୍ରବିନ୍ଦୁ ଓଡିଶା । ଏଠାରେ ଜନ୍ମ ନେଇଥିବା ବୀର ପାଇକମାନଙ୍କ ସ୍ମୃତିଚାରଣ କରିଥିଲେ ମୋଦି । ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ  ପ୍ରତିଶ୍ରୃତିବଦ୍ଧ ବୋଲି ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.