Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

PM Modi United Nation Speech: ଆମର ମନ୍ତ୍ର ସବକା ସାଥ, ସବକା ବିକାଶ, କରୋନା ଲଢେଇରେ ଭାରତ ୧୫୦ରୁ ଅଧିକ ଦେଶକୁ ସାହାଯ୍ୟ କରିଛି

17/07/2020 at 9:16 PM

ନୂଆଦିଲ୍ଲୀ ୧୭।୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତି ସଂଘର ଆର୍ଥିକ ଏବଂ ସାମାଜିକ ପରିଷଦର ଅଧିବେଶନକୁ ଶୁକ୍ରବାର ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି କରୋନା ଲଢେଇରେ ଭାରତ ୧୫୦ରୁ ଅଧିକ ଦେଶକୁ ସାହାଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଜୁନରେ ଭାରତକୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ କରିବା ପରେ ମିଳିତ ଜାତିସଂଘକୁ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଭାଷଣ ଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି ମିଳିତ ଜାତିସଂଘର ୭୫ତମ ବର୍ଷ ପୂର୍ତ୍ତିରେ ଆଜି ଦୁନିଆକୁ ଏହାର ଭୂମିକା ଓ ମହତ୍ଵ ଆକଳନ କରିବାର ସୁଯୋଗ ଦେଇଛି। କୋଭିଡ୍-୧୯ ବିରୋଧୀ ମୁକାବିଲାରେ ଆମେ ୧୫୦ରୁ ଅଧିକ ଦେଶକୁ ସହାୟତା କରିଛୁ। ମହାମାରୀ ସମସ୍ତ ଦେଶର ଧୈର୍ଯ୍ୟର ପରୀକ୍ଷା ନେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ଆମେ ମହାମାରୀ ମୁକାବିଲାକୁ ଜନ ଆନ୍ଦୋଳନରେ ପରିବର୍ତ୍ତିତ କରିବାକୁ ପ୍ରୟାସ କରିଛୁ। ଆମର ସିଦ୍ଧାନ୍ତ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ଵାସ। ଭାରତ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ଉପରାନ୍ତ ମିଳିତ ଜାତିସଂଘର ୫୦ ପ୍ରତିଷ୍ଠାତା ସଦସ୍ୟ ମଧ୍ୟରେ ଥିଲା। ଏହା ପରଠୁ ବହୁତ କିଛି ପରିବର୍ତ୍ତନ ଘଟିଛି। ଆଜି ମିଳିତ ଜାତିସଂଘର ସଦସ୍ୟ ଦେଶଙ୍କ ସଂଖ୍ୟା ୧୯୩। ବିଶ୍ଵର ଏହି ସର୍ବୋଚ୍ଚ ସଂଗଠନଠୁ ଆଶା ଅଧିକ ବଢିଛି। ବହୁପକ୍ଷ ପରେ ମଧ୍ୟ ଆଜି ଅନେକ ଚ୍ୟାଲେଞ୍ଜ ଓ ଆହ୍ଵାନର ସାମ୍ନା କରିବାକୁ ପଡୁଛି

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେବେ ଭାରତ ସ୍ଵାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରୁଥିବ, ସେହି ସମୟ ବେଳଖୁ ଭାରତରେ ପ୍ରାୟ ୪ କୋଟି ନୂତନ ଘର ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ଉଲ୍ଲେଖ କରି କହିଛନ୍ତି, ଏହି ଯୋଜନାରେ ଲକ୍ଷାଧିକ ଲୋକ ଲାଭବାନ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଆଜି ପ୍ରତି କ୍ଷେତ୍ରରେ ଆଗକୁ ବଢୁଛି। ଆମେ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଛୁ। କୌଣସି ବି ବଡ ବିପତ୍ତିର ମୁକାବିଲା ଭାରତ ଦୃଢତାର ସହ କରିଛି। ସେ ମହାବାତ୍ୟା ହେଉ କି ଇବୋଲା ଭାଇରସ୍ ହେଉ କି କରେନା ଭାଇରସ୍‌ ହେଉ ଭାରତ ଏସବୁ ବିରୋଧରେ ଦୃଢତାର ସହ ମୁକାବିଲା କରିଛି। କରୋନା ବିପକ୍ଷ ଲଢେଇରେ ଭାରତ ସମସ୍ତ ଦେଶ ସହ ମିଶି କାମ  କରୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ସମୟରେ ଭାରତକୁ ମିଳିତ ଜାତି ସଂଘର ଅସ୍ଥାୟୀ ସଦସ୍ୟ ଭାବେ ସ୍ଥାନ ମିଳିଛି ସେହି ସମୟ ଆମ ପାଇଁ ବହୁତ ମହତ୍ଵପୂର୍ଣ୍ଣ। ଆମେ ସଂପ୍ରତି ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଅଭିଯାନ ଚଳାଇଛୁ। ଆମେ ସ୍ଵଚ୍ଛତା ପ୍ରତି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ଗୁରୁତର ସହ ନେଇଛୁ।

   Related Posts