ପଦ୍ମ ପୁରସ୍କାର ପାଇଁ ନାଁ ମାଗିଲେ ପ୍ରଧାନମନ୍ତ୍ରୀ, ଯଦି ଅସାଧାରଣ କାମ କରୁଛନ୍ତି ତେବେ ନିଜ ନାଁ ମଧ୍ୟ ଦେଇପାରିବେ

Published By : Prameya-News7 Bureau | July 11, 2021 IST

ନୂଆଦିଲ୍ଲୀ, ୧୧/୦୭: ପଦ୍ମ ସମ୍ମାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଲୋକଙ୍କୁ ନାମ ସୁପାରିଶ କରିବା ପାଇଁ ଅପିଲ୍‌ କରିଛନ୍ତି । ଏନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ତୃଣମୂଳ ସ୍ତରରୁ ସମାଜ ପାଇଁ ଅସାଧାରଣ କାମ କରୁଥିବା ଲୋକଙ୍କୁ ପଦ୍ମ ପୁରସ୍କାର ଦେବା ପାଇଁ ମୋଦି ଏଥିରେ ଅପିଲ୍‌ କରିଛନ୍ତି ।

ସେ ଏହି ଟ୍ୱିଟ୍‌ରେ ଲେଖିଛନ୍ତି ଯେ, “ଭାରତରେ ଅନେକ ପ୍ରତିଭାଶାଳୀ ଲୋକ ଅଛନ୍ତି । ଯେଉଁମାନେ ତୃଣମୂଳ ସ୍ତରରୁ ସମାଜ ପାଇଁ ଅସାଧାରଣ କାମ କରୁଛନ୍ତି । କ’ଣ ଆପଣଙ୍କ ନଜରରେ ଏମିତି କେହି ଲୋକ ଅଛନ୍ତି ? ଆପଣ ସେହି ଲୋକଙ୍କୁ ପିପୁଲ୍ସ ପଦ୍ମ ପାଇଁ ମନୋନୀତ କରିପାରିବେ । ଏହା ସେପ୍ଟେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ଖୋଲା ରହିଛି” ।   

wp:html /wp:html

କହିରଖୁଛୁ ଯେ, ଜୁନ୍‌ ମାସରେ କେନ୍ଦ୍ର ସରକାର ପଦ୍ମ ପୁରସ୍କାରକୁ ଜନତାଙ୍କ ପଦ୍ମ କୁ ବଦଳାଇବା ପାଇଁ ପ୍ରତିବଦ୍ଧ ବୋଲି କହିଥିଲେ । ଦେଶର ସମସ୍ତ ନାଗରିକଙ୍କ ଠାରୁ ପ୍ରତିଷ୍ଠିତ ସମ୍ମାନ ପାଇଁ ନୋମିନେଶନ ଏବଂ ସେଲ୍ଫ ନୋମିନେଶନ ସହିତ ସୁପାରିଶ କରିବା ପାଇଁ କୁହାଯାଇଛି । କେନ୍ଦ୍ରଗୃହ ମନ୍ତ୍ରଣାଳୟ ଏନେଇ କହିଛି ଯେ, ୨୦୨୨ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷଣା କରାଯିବାକୁ ଥିବା ପୁରସ୍କାର ପାଇଁ ଅନ୍‌ଲାଇନ୍‌ ନାମାଙ୍କନ ବା ସୁପାରିଶ ଖୋଲାଯାଇଛି । ଏହାର ଶେଷ ତାରିଖ ସେପ୍ଟେମ୍ୱର ୧୫ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.