ପାକିସ୍ତାନ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଆହତଙ୍କ ଶୀଘ୍ର ସୁସ୍ଥତା କାମନା କଲେ
22/05/2020 at 7:13 PM

ନୂଆଦିଲ୍ଲୀ ୨୨।୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନରେ ଘଟିଥିବା ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ପାକିସ୍ତାନରେ ଘଟିଥିବା ଏକ ବିମାନ ଦୁର୍ଘଟଣା ଏବଂ ସେଥିରେ ଘଟିଥିବା ଧନଜୀବନହାନୀ ଖ ବର ଶୁଣି ବହୁତ ଦୁଃଖ ଲାଗିଲା। ମୃତକଙ୍କ ପରିବାର ପ୍ରତି ଆମର ସମବେଦନା ରହିଛି ଏବଂ ଆହତଙ୍କୁ ଶୀଘ୍ର ସୁସ୍ଥ ହେବାର କାମନ କରୁଛି।
ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ(PIA)ର ଏକ ଯାତ୍ରୀବାହୀ ବିମାନ କରାଚି ଅନ୍ତରାଷ୍ଟ୍ରୀୟ ବିମାନ ନିକଟରେ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ମୋଟ୍ ୧୦୭ ଆରୋହୀ ଥିଲେ। ଏଥିରୁ କିଛି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଜଣେ ଅଧିକାରୀ କହିଛନ୍ତି, ବିମାନ ସଂଖ୍ୟା ପିକେ-୩୦୩ ଲାହୋରରୁ କରାଚି ଅଭିମୁଖେ ଯାତ୍ରା କରୁଥିଲା। ମାତ୍ର କରାଚି ବିମାନରେ ଅବତରଣ କରିବା ଠିକ୍ ପୂର୍ବରୁ ମାଲିରରେ ମୋଡେଲ୍ କଲୋନୀ ନିକଟ ଜିନ୍ନା ଗାର୍ଡେନ୍ରେ କ୍ରାଶ ହୋଇଥିାଲ। ପିଆଇଏର ଜଣେ ମୁଖପାତ୍ର କହିଛନ୍ତି, ପିଆଇଏ ଏୟାରବସ୍ ଏ ୩୨୦ରେ ୯୯ ଯାତ୍ରୀ ଓ ୮ ଚାଳକ ଦଳର ସଦସ୍ୟ ଥିଲେ। ବିମାନ ଦୁର୍ଘଟଣାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୁଃଖ ପ୍ରକଟ୍ କରି ଯାଞ୍ଚ ଆଦେଶ ଦେଇଛନ୍ତି।