ସନ୍ନି ଦେଓଲଙ୍କୁ ସାକ୍ଷାତ କରି ମୋଦି କହିଲେ "ହିନ୍ଦୁସ୍ତାନ ଜିନ୍ଦାବାଦ ଥା, ହେ ଔର ରହେଗା"

Published By : Prameya-News7 Bureau | April 28, 2019 IST

ଦିଲ୍ଲୀ ୨୮/୪ : ନିକଟରେ ବିଜେପିରେ ସାମିଲ ହୋଇଥିବା ବଲିଉଡ ଅଭିନେତା ସନ୍ନି ଦେଓଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି | ସନ୍ନିଙ୍କ ସହ ସାକ୍ଷାତକାରର ଫଟୋ ମୋଦି ଟ୍ୱିଟରରେ ସେୟାର କରିଛନ୍ତି | ମୋଦି ସନ୍ନିଙ୍କ ଖୁବ ପ୍ରଶଂସା କରିଛନ୍ତି | ସନ୍ନିଙ୍କ ପ୍ରଶଂସା କରିବା ସହ ସନ୍ନିଙ୍କ ଫିଲ୍ମ 'ଗଦର ଏକ ପ୍ରେମ କଥା'ର ଏକ ଡାଇଲଗ ମଧ୍ୟ ଲେଖି ପୋଷ୍ଟ କରିଛନ୍ତି | ମୋଦି ଲେଖିଛନ୍ତି "ହିନ୍ଦୁସ୍ତାନ ଜିନ୍ଦାବାଦ ଥା, ହେ ଔର ରହେଗା"

wp:core-embed/twitter {"url":"https://twitter.com/narendramodi/status/1122439209095188480","type":"rich","providerNameSlug":"twitter","className":""}
https://twitter.com/narendramodi/status/1122439209095188480
/wp:core-embed/twitter


ମୋଦି ଲେଖିଛନ୍ତି ଯେ, ସନ୍ନି ଦେଓଲଙ୍କ ବିନମ୍ର ଭାବ ତାଙ୍କୁ ବହୁତ ପ୍ରଭାବିତ କରିଥାଏ | ତାଙ୍କୁ ସାକ୍ଷାତକରି ସେ ବହୁତ ଖୁସି ଅନୁଭୂତ କରିଥିବା କହିଛନ୍ତି ମୋଦି | ଗୁର୍ଦାସପୁରରୁ ସନ୍ନିଙ୍କ ବିଜୟ ପାଇଁ ସେ ପୁରା ପ୍ରୟାସ କରିବେ ବୋଲି କହିଛନ୍ତି | ସୂଚନାଯୋଗ୍ୟ ଯେ, ସନ୍ନି ଦେଓଲ ଆଜି ଅମୃତସରରେ ରହିବେ ଏବଂ ଅଶନକାଳୀ ସକାଳେ ଗୁର୍ଦାସପୁରରେ ନାମାଙ୍କନ ପତ୍ର ଦାଖଲ କରିବେ | ଆଜି ସେ ଅମୃତସର ସ୍ଵର୍ଣ ମନ୍ଦିର ଦର୍ଶନ କରିବେ ଏବଂ ଆସନ୍ତକାଲି ସକାଳ ୧୧ଟାରେ ନାମାଙ୍କନ ପତ୍ର ଦାଖଲ କରିବେ |


ସୂଚନାଯୋଗ୍ୟ ଯେ, ବିଜେପିରେ ସାମିଲ ହେବାପରେ ସନ୍ନି ଦେଓଲଙ୍କୁ ପଞ୍ଜାବ ଗୁର୍ଦାସପୁର ଟିକେଟ ଦିଆଯାଇଥିଲା |
ଗୁର୍ଦାସପୁରରେ ସନ୍ନିଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖଡ଼ ଲଢ଼ୁଛନ୍ତି | ସୁନୀଲ ଜାଖଡ଼ ବର୍ତ୍ତମାନ ଗୁର୍ଦାସପୁର ସାଂସଦ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.