Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ତୁର୍କୀ ଯିବେନି ମୋଦି ! ମୋଦିଙ୍କ ତୁର୍କୀ ଗସ୍ତ ସ୍ଥଗିତ ରଖିଲେ ଭାରତ ସରକାର

20/10/2019 at 9:48 AM

ନୂଆଦିଲ୍ଲୀ ୨୦/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ତୁର୍କୀ ଗସ୍ତ ସ୍ଥଗିତ ରଖିଛନ୍ତି ଭାରତ ସରକାର। ଗତ ମାସରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ତୁର୍କୀ ରାଷ୍ଟ୍ରପତି ରେସିପ୍  ଟାୟିପ୍  ଏର୍ଡୋଗାନ୍  ଜାତିସଂଘ ସୁରକ୍ଷା ପରିଷଦରେ ଦେଇଥିବା ଭାଷଣକୁ ନେଇ ଭାରତ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ମୋଦି ବର୍ଷ ଶେଷରେ ଆଉ ତୁର୍କୀ ଯିବେନି। ଗତ ଜୁନ୍ ରେ ଓସାକାଠାରେ ଏର୍ଡୋଗାନ୍ ଙ୍କୁ ମୋଦି ଭେଟିବା ସହ ତୁର୍କୀ ଯିବେ ବୋଲି କଥା ଦେଇଥିଲେ। ଏଥିସହିତ ତୁର୍କୀ ସହ ହେବାକୁ ଥିବା ଏକ ଯୁଦ୍ଧଜାହଜ ଚୁକ୍ତି ମଧ୍ୟ ଆଉ ବାସ୍ତବ ରୂପ ନେବା ନେଇ ଆଶଙ୍କା ପ୍ରକାଶ ପାଇଛି। କଶ୍ମୀର ପ୍ରସଙ୍ଗରେ ହିଁ ଏହି ଚୁକ୍ତି ପ୍ରଭାବିତ ହୋଇଥିବା କୁହାଯାଉଛି। ଏହି ଚୁକ୍ତି ଯୋଗେ ଭାରତୀୟ ନୌବାହିନୀ ପାଇଁ ତୁର୍କୀ ଯୁଦ୍ଧଜାହାଜ ନିର୍ମାଣ କରିଥା’ନ୍ତା।

ମୋଦିଙ୍କର ଏହି ଗସ୍ତ ନେଇ ପୂର୍ବରୁ କୌଣସି ଆଲୋଚନା ହୋଇନଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ତୁର୍କୀ ପକ୍ଷରୁ କୁହାଯାଇଛି, ତାଙ୍କ ସରକାର ଏହି ଗସ୍ତ ନେଇ ଆଶାବାଦୀ ଅଛନ୍ତି।

   Related Posts