Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଧରା ପଡିଲା ପ୍ରଧାନମନ୍ତ୍ରୀଙ୍କ ଇଣ୍ଟରଭ୍ୟୁ ସ୍କ୍ରିପ୍ଟ : ଟ୍ୱିଟରରେ ଟ୍ରୋଲ ହେଉଛନ୍ତି ମୋଦି

14/05/2019 at 1:20 PM

ଦିଲ୍ଲୀ ୧୪\୫ : ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଲାଗିରହିଛି । ପ୍ରଚାର ପ୍ରସାର ମଧ୍ୟରେ ଗତ ମାସେ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ  ଇଣ୍ଟରଭ୍ୟୁ ଦେବାରେ ବ୍ୟସ୍ତ ଅଛନ୍ତି । ମୋଦି ମେ ୧୧ ତାରିଖରେ ନ୍ୟୁଜ ଚ୍ୟାନେଲ News Nation କି ଏକ ଇଣ୍ଟରଭ୍ୟୁ ଦେଇଥିଲେ । ମୋଦିଙ୍କ ଇଣ୍ଟରଭ୍ୟୁ ସାମ୍ବାଦିକ ଦୀପକ ଚୌରସିୟା ନେଇଥିଲେ ।

ମୋଦିଙ୍କ ଏହି ଇଣ୍ଟରଭ୍ୟୁକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଇଣ୍ଟରଭ୍ୟୁରେ ମୋଦି ଏମିତି କିଛି ବୟାନ ଦେଇଥିଲେ ଯାହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ରାଡାରକୁ ନେଇ ମୋଦି ଯେଉଁ ବୟାନ ଦେଇଥିଲେ ତାକୁ ନେଇ ଲୋକେ ନାନା ମନ୍ତବ୍ୟ ଦେଉଛନ୍ତି । ୧୯୮୮ ମସିହାରେ ସେ ଇ-ମେଲ ବ୍ୟବହାର କରିଥିବା ଦାବି କରିଥିଲେ । କିନ୍ତୁ ଇ-ମେଲ ୧୯୯୪-୯୫ ମସିହାରେ ଆବିଷ୍କାର ହୋଇଥିଲା । ମୋଦିଙ୍କ ଆଉ ଏକ ବୟାନକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ସାମ୍ବାଦିକ ଦୀପକ ଚୌରସିୟା ଇଣ୍ଟରଭ୍ୟୁରେ ମୋଦିଙ୍କୁ ପ୍ରଶ୍ନ କରିଥିଲେ ଯେ, ସେ ଗତ ୫ ବର୍ଷ ମଧ୍ୟରେ କୌଣସି କବିତା ଲେଖିଛନ୍ତି କି ? ଉତ୍ତରରେ ମୋଦି କହିଥିଲେ ଯେ, ସେ ସେହିଦିନ ଅର୍ଥାତ ମେ ୧୧ ତାରିଖ ଦିନ ହିଁ ଗୋଟିଏ କବିତା ଲେଖିଛନ୍ତି । ନିଜ ସହଯୋଗୀଙ୍କୁ ଫାଇଲ ମାଗି ସେ କବିତାଟି ପଢିଥିଲେ ।   

କବିତା ପଢୁଥିବାବେଳେ କ୍ୟାମେରା ମୋଦିଙ୍କ କବିତା ଉପରେ ଫୋକସ କରିଥିଲା । ମୋଦିଙ୍କୁ ପଚରା ଯାଇଥିବା ପ୍ରଶ୍ନ ମଧ୍ୟ ସେହି କାଗଜରେ ଲେଖାହୋଇଥିବା କ୍ୟାମେରାରେ ଦେଖିବାକୁ ମିଳିଥିଲା । ଯାହାଫଳରେ ମୋଦିଙ୍କ ଉପରେ ଆରୋପ ଲଗାଯାଇଛି ଯେ, ମୋଦିଙ୍କୁ ପୂର୍ବରୁ ନିର୍ଦ୍ଧାରିତ ପ୍ରଶ୍ନ ପଚରା ଯାଇଥିଲା ।  

ସୂଚନାଯୋଗ୍ୟ ଯେ, ମୋଦିଙ୍କ ଉପରେ ପୂର୍ବରୁ ମଧ୍ୟ ଏହିଭଳି ଅନେକ ଆରୋପ ଲଗାଯାଇଛି । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଳରେ ବିରୋଧୀ ମୋଦିଙ୍କୁ ଓ ବିଜେପିକୁ ପରିହାସ କରୁଛନ୍ତି ।  

   Related Posts