Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

କାଶୀ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିବେ ମୋଦି : ଫୋକସରେ ବାରଣାସୀ ମଡେଲ

21/05/2021 at 8:00 AM

ନୂଆଦିଲ୍ଲୀ ୨୧/୫ : କରୋନା ମହାମାରୀର ମୁକାବିଲା ପାଇଁ ବାରାଣାସୀ ମଡେଲକୁ ସାରା ଦେଶରେ ଚର୍ଚ୍ଚା ହେଉଛି । ଆଜି ଏହି ପ୍ରକଳ୍ପ ସହ ଜଡିତ ଅଧିକାରୀଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସହରର ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଏବଂ ଅନ୍ୟ ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିବେ ।

ପ୍ରଧାନମନ୍ତ୍ରୀ ପଣ୍ଡିତ ରାଜନ ମିଶ୍ର କୋଭିଡ ହସ୍ପିଟାଲ ବ୍ୟତୀତ ବାରାଣାସୀରେ ଥିବା ବିଭିନ୍ନ ଡାକ୍ତରଖାନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବେ ମୋଦି । ଯାହାକି DRDO ଏବଂ ଭାରତୀୟ ସେନାର ମିଳିତ ଉଦ୍ୟମରେ ନିକଟରେ ଆରମ୍ଭ କରାଯାଇଥିଲା । ସେ ଜିଲ୍ଲାର ଅଣ କୋଭିଡ ଡାକ୍ତରଖାନାର କାର୍ଯ୍ୟକାରିତା ଉପରେ ମଧ୍ୟ ସମୀକ୍ଷା କରିବେ ।

ବାସ୍ତବରେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟ ଗସ୍ତ କରି ବାତ୍ୟା ତାଉତେର ସମୀକ୍ଷା କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦରେ ଏକ ସଭାର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ସେ ଗୁଜରାଟ ସରକାରଙ୍କୁ କହିଛନ୍ତି ଯେ ଆପଣ ବାରାଣାସୀଠାରୁ କିଛି ଶିଖିବା ଆବଶ୍ୟକ ରହିଛି ।

   Related Posts