Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମୋଦିଙ୍କ ପାଇଁ ଐତିହାସିକ ଅକ୍ଟୋବର ୭: ଏହିଦିନ ଦେବଭୂମି ଉତ୍ତରାଖଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

29/09/2021 at 3:52 PM

ନୂଆଦିଲ୍ଲୀ ୨୯/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ୨୦୨୧ ଅକ୍ଟୋବର ୭ ତାରିଖ ଐତିହାସିକ। ଏହି ଦିନ ମୋଦି ଦେବଭୂମି ଉତ୍ତରାଖଣ୍ଡ ଗସ୍ତ କରିବେ। ମୋଦି ଅକ୍ଟୋବର ୭ ତାରିଖରେ ସାମ୍ବିଧାନିକ ପଦବୀରେ ରହିବା ୨୦ ବର୍ଷ ପୁରା କରିବାକୁ ଯାଉଛନ୍ତି। ସୂତ୍ର ଅନୁଯାୟୀ, ଏହି ଦିନ ମୋଦି ଉତ୍ତରାଖଣ୍ଡ ଗସ୍ତ କରିବେ ଓ ସମ୍ଭବତଃ ଏହି ଐତିହାସିକ ଦିନରେ କେଦାରନାଥ ଯାଇ ଭଗବାନ ଶିବଙ୍କ ଆଶୀର୍ବାଦ ନେବେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି। କାର୍ଯ୍ୟକ୍ରମ ଅନୁଯାୟୀ, ଅକ୍ଟୋବର ୭ ତାରିଖରେ ମୋଦି ଉତ୍ତରାଖଣ୍ଡ ଜଲିଗ୍ରାଣ୍ଟ ଏୟାରପୋର୍ଟ ଟର୍ମିନାଲର ଲୋକାର୍ପଣ କରିବେ ଏବଂ ଋଷିକେଶ ଏମ୍ସରେ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ କରିବେ।

ଏକାଦଶ ଜ୍ୟୋତିର୍ଲିଙ୍ଗ କେଦାରନାଥ ଧାମ ପ୍ରତି ମୋଦିଙ୍କ ଅଗାଧ ଆସ୍ଥା ରହିଛି। ୮୦ ଦଶକରେ ମୋଦି ଦେଢ଼ ମାସ ଯାଏଁ କେଦାରପୁରୀରେ ମନ୍ଦାକିନୀ ନଦୀର ବାମ କଡରେ ଥିବା ଗରୁଡଚଟ୍ଟିରେ ସାଧନା କରିଥିଲେ। ସେତେବେଳେ ସେ ପ୍ରତିଦିନ ବାବାଙ୍କ ଦର୍ଶନ ପାଇଁ କେଦାରନାଥ ମନ୍ଦିର ଯାଉଥିଲେ। ପ୍ରଧାନମନ୍ତ୍ରୀ ହେବାପରେ ସେ ୨୦୧୭ ମେ’୩ ତାରିଖରେ ପ୍ରଥମେ କେଦାରନାଥ ଯାଇଥିଲେ। ସ୍ୱାଧୀନତା ପରେ ନରେନ୍ଦ୍ର ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ନିଜ କାର୍ଯ୍ୟକାଳରେ ୪ଥର କେଦାରନାଥ ଦର୍ଶନ କରିଛନ୍ତି। ଏହା ପୂର୍ବରୁ ଇନ୍ଦିରା ଗାନ୍ଧୀ ଦୁଇଥର କେଦାରନାଥରେ ବାବାଙ୍କ ଦର୍ଶନ କରିଥିଲେ।

   Related Posts