ନଭେମ୍ବର ୨୮ ତାରିଖରେ ପୁନେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଯିବେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ ୨୪/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୮ ତାରିଖରେ ପୁନେ ସିରମ ଇନଷ୍ଟିଚ୍ୟୁଟ ଯିବେ। ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ କରୋନା ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରୁଛି। ଏହି ଭ୍ୟାକସିନ ତିଆରି କରୁଥିବା ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଏସ୍ଟ୍ରେଜେନିକା ଅନ୍ୟ ଦେଶରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିଛି ଏବଂ ଭ୍ୟାକସିନକୁ ମଞ୍ଜୁରୀ ପାଇଁ ୟୁକେ ଅଥରିଟିକୁ ପ୍ରସ୍ତାବ ପଠାଇଛି।

ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଭ୍ୟାକସିନ ଉତ୍ପାଦନ କାମ ମଧ୍ୟ ଜୋରସୋରରେ କରୁଛି ଯେପରି ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହେବାପରେ ମଞ୍ଜୁରୀ ସହ ଭ୍ୟାକସିନ ଜନତାଙ୍କ ପାଇଁ ବଜାରରେ ଉପଲବ୍ଧ କରାଇପାରିବ।

ସେଥିପାଇଁ ଉତ୍ସାହ ବଢାଇବାକୁ ମୋଦି ଆସନ୍ତା ୨୮ ତାରିଖରେ ପୁନେ ସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ ଯିବେ। ସେଦିନ ମୋଦି କିଛି ଘୋଷଣା ମଧ୍ୟ କରିବେ।

ସୂଚନାଯୋଗ୍ୟ ଯେ, ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ସଂଖ୍ୟା ୯୧ ଲକ୍ଷ ପାର କରିସାରିଛି। କିଛି ରାଜ୍ୟରେ ସଂକ୍ରମଣ ମାମଲା ଥମିବା ପରେ ପୁଣିଥରେ ବୃଦ୍ଧି ପାଇଛି ଯେଉଁଥିପାଇଁ ସରକାରଙ୍କ ଚିନ୍ତା ବଢିଯାଇଛି। କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ଦିଲ୍ଲୀ, ଗୁଜରାଟ, ହରିୟାଣା, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ କରିଛନ୍ତି। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.