୨୪ରେ ଓଡିଶା ଆସିବେ ମୋଦି: ଦେବେ୧୫ ହଜାର କୋଟି ଟଙ୍କାର ପ୍ରକଳ୍ପ,୧୩ଟି ପ୍ରକଳ୍ପ କରିବେ ଉଦଘାଟନ, ବିରୋଧୀ କହିଲେ ପୁରୁଣା ପ୍ରତିଶ୍ରୃତି କରିନାହାଁନ୍ତି ପୂରଣ

Published By : Prameya-News7 Bureau | December 20, 2018 IST

ଭୁବନେଶ୍ବର/ନୂଆଦିଲ୍ଲୀ : ଡିସେମ୍ବର ୨୪ରେ  ଆସିବେ ମୋଦି । ସାଙ୍ଗରେ ଆଣିବେ ବିକାଶର ବାସ୍କେଟ । ପ୍ରାୟ ୧୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବା ସହିତ ୧୩ଟି ପ୍ରକଳ୍ପର ଉଦଘାଟନ କରିବେ। ମୋଦିଙ୍କ ଗସ୍ତକୁ ନେଇ ଅଙ୍କ କଷିବା ଆରମ୍ଭ କରିଛନ୍ତି ବିଜେଡି ଓ କଂଗ୍ରେସ । ସାଢ଼େ୪ ବର୍ଷରେ ମୋଦି ଯାହା ପ୍ରତିଶ୍ରୁତି ଦେଇଥିଲେ ପୂରଣ କରିନାହାନ୍ତି ବୋଲି କହି ଆକ୍ଷେପ କରିଛନ୍ତି। 

{"id":65763}

ଆରମ୍ଭ ହେଲା ଅଙ୍କ କଷା। ତିନି  ଦଳ ଲୋକଙ୍କ ପାଖକୁ ଯିବାକୁ କରିଛନ୍ତି ରଣନୀତି। ରାଜ୍ୟରେ ଆସନ୍ତା ୨୪ ତାରିଖରେ ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ବିଗୁଲ ଫୁଙ୍କିବେ। ଖୋର୍ଦ୍ଧାରେ ଅଫିସିଆଲ କାମ ସହିତ ପଲିଟିକାଲ କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ବିଜେପି କହୁଛି ମୋଦି କୁଆଡ଼େ ବିକାଶର ବାସ୍କେଟ ନେଇ ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ସେ ଓଡିଶା ବାସିଙ୍କ ପାଇଁ ପାଖାପାଖି  ୧୫ହଜାର କୋଟିର ଟଙ୍କାର ପ୍ରକଳ୍ପ ଆରମ୍ଭ କରିବେ। ଗୋଟିଏ ଦିନରେ୧୩ ଟି ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। 

{"id":65745}

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ୨୦୦ ଟଙ୍କିଆ ମୁଦ୍ରା ଏବଂ ପୋଷ୍ଟାଲ ଷ୍ଟାମ୍ପର ଉନ୍ମୋଚନ, ବକ୍ସି ଜଗବନ୍ଧୁଙ୍କ ନାଁରେ ଉତ୍କଳ ୟୁନିଭର୍ସିଟିର ଏକ ଚେୟାର ଉଦଘାଟନ, ଏହି ଚେୟାରକୁ ୫ କୋଟିର କର୍ପସ ଫଣ୍ଡଦେବେ ପ୍ରଧାନମନ୍ତ୍ରୀ, ଲଳିତ ଗିରିରେବୁଦ୍ଧ ମ୍ୟୁଜିୟମ, ପାରାଦୀପ - ହାଇଦ୍ରାବାଦ ପାଇପଲାଇନ ପ୍ରକଳ୍ପ, ଇଏସଆଇହସ୍ପିଟାଲ, ବୋକାରୋ ଧାମରା ଗ୍ୟାସ ପାଇପଲାଇନ୍, ଆଇଜର ବିଲଡିଂ ନିର୍ମାଣ, 74.5 km ଲମ୍ବ ୬ଲେନ ଚଣ୍ଡିଖୋଲ ଭଦ୍ରକ ଏନଏଚ୧୬ର ସଂପ୍ରସାରଣ,  ୭୫.୩୬  ଲମ୍ବର ୬ଲେନ ଟାଙ୍ଗି ପୁଇତଳା ରାସ୍ତାର ସଂପ୍ରସାରଣ. ଖଣ୍ଡଗିରି ଫ୍ଲାଏ ଓଭରର ଶିଳାନ୍ୟାସ, କଟକ ଅନୁଗୁଳ ଏଏଏଚ ୧୬ର ୪ଲେନ ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

{"id":65755}

ମୋଦି ଆସିବା ପୂର୍ବରୁ ପ୍ରଶ୍ନ ବାଣରେ ପୋତିଛନ୍ତି  ଉଭୟ ବିଜେଡି ଓ କଂଗ୍ରେସ। ମୋଦି ବିକାଶ ବାସ୍କେଟ କଣ ଆଣିବେ।ଯାହା ପ୍ରତିଶୃତି ଦେଇଥିଲେ କିଛି ବି ପୂରଣ କରିନାହାନ୍ତି। ଆଉ ବିକାଶ  କଣ ହୋଇଛି ଏହାର ଜବାବ ମଧ୍ୟପ୍ରଦେଶ , ରାଜସ୍ଥାନ ଏବଂ ଛତିଶଗଡବାସୀ ଜବାବ  ଦେଇସାରିଛନ୍ତି । 

{"id":65746}

୨୦୧୯ ସାଧରଣ ନିର୍ବାଚନ ଆଉ ମାତ୍ର ୪ମାସ ରହିଲା। ଲୋକଙ୍କ ପାଖକୁ ଯିବାକୁ ବିଜେଡି ଓ କଂଗ୍ରେସ ବି ରଣନୀତି କରିଛନ୍ତି। ବିଜେପିର ଟାର୍ଗେଟରେ ପୂର୍ବ ଭାରତ ଥିବାରୁ ଓଡିଶାକୁ ମୋଦିଙ୍କ ଘନ ଘନ ଗସ୍ତ ହେବ । ଜାନୁଆରୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସିବେ। ଏପଟେ ଏମାନଙ୍କୁ ଟକ୍କର ଦେବାକୁ ଚାଷୀ ପ୍ରସଙ୍ଗକୁ ବିଜେଡି ଦିଲ୍ଲୀ ଦରବାରରେ ଆନ୍ଦୋଳନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.