Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଦେବ ଦୀପାବଳି ଅବସରରେ ଆଜି କାଶୀରେ ପହଁଚିବେ ପ୍ରଧାନମନ୍ତ୍ରୀ ମୋଦୀ, ୧୫ ଲକ୍ଷ ଦୀପରେ ଆଲୋକିତ ହେବ ରାଜଘାଟ

30/11/2020 at 8:07 AM

ବାରଣାସୀ, ୩୦|୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବାରଣାସୀ ବା କାଶୀ ଗସ୍ତ କରିବେ । ମଧ୍ୟାହ୍ନରେ ବାରଣାସୀରେ ପହଁଚିବା ପରେ ଏଠାରେ ସେ ପ୍ରାୟ ୭ ଘଣ୍ଟା ରହିବେ । ସେ କାର୍ତ୍ତିକ ପୂର୍ଣ୍ଣିଆ ଉପଲକ୍ଷେ ଆୟୋଜିତ ଭବ୍ୟ-ଦେବ ଦୀପାବଳି ସମାରୋହରେ ଦୀପଦାନ ମଧ୍ୟ କରିବେ ।

କରୋନା ମହାମାରୀ ସମୟରେ ଏହା ମୋଦୀଙ୍କ ପ୍ରଥମ ବାରଣାସୀ ଗସ୍ତ । ଏହାସହ ୨୩ତମ ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ତେବେ ଲକଡାଉନ୍ ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନିଜ ସଂସଦୀୟ କ୍ଷେତ୍ରର ଲୋକଙ୍କ ସହ କଥା ହୋଇଥିଲେ । ଏହାସହ ନଭେମ୍ବର ୯ ତାରିଖରେ ୬୨୦ କୋଟିର ୩୩ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ସୋମବାର ସେ ଜାତୀୟ. ରାଜପଥର ୨୪୪୭ କୋଟି ଟଙ୍କାରେ ନିର୍ମିତ ରାଜତାଲାବ-ହଣ୍ଡିଆ ସିକ୍ସଲେନ୍ ପ୍ରକଳ୍ପକୁ ଲୋକର୍ପିତ କରିବେ । ଏଠାରେ ସେ ୫୦୦୦ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବେ ।

ପ୍ରୋଟୋକଲ ଅନୁସାରେ, ସୋମବାର ଦିନ ୨ଟା ୩୦ରେ ମୋଦୀ ବାରଣାସୀରେ ପହଁଚିବେ । ମୋଦୀଙ୍କ ଗସ୍ତକୁ ନେଇ ବରାଣାସୀର ଲୋକ ଉତ୍ସାହିତ ଅଛନ୍ତି । ସହର ସାରା ମୋଦୀଙ୍କ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ଏହାସହ ବିଜେପି ସରକାରର ଉପଲବ୍ଧିର ହୋର୍ଡିଂ ମଧ୍ୟ ଲଗାଯାଇଛି । ରାତି ୮ଟା ୩୦ରେ ପ୍ରଧାନମନ୍ତ୍ରୀ ପୁନଶ୍ଚ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ବାରଣାସୀରେ ଦେବ ଦୀପାବଳିର ଏହା ପ୍ରଥମ ଥର ପାଇଁ ହେବ ଯେତେବେଳେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ହେବେ । ରାଜଘାଟରେ ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ପ୍ରଥମେ ଦୀପ ଜଳାଇବେ । ଏହାପରେ ଏଠାରେ ୧୫ ଲକ୍ଷ ଦୀପ ଜଳାଯିବ ।  ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ । ଏହାସହ ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଛି ।  

   Related Posts