ଆଜି ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

Published By : Prameya-News7 Bureau | April 02, 2019 IST

ଭାବାନୀପାଟଣା ୨|୪ :  ଆଜି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭବାନୀପାଟଣାର ରାଧାକୃଷ୍ଣନଗରରେ ବିଜୟ ସଙ୍କଳ୍ପ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ମୋଦି ସକାଳ ୧୦ଟା ୪୫ରେ ରାଧାକୃଷ୍ଣନଗରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ସହିତ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର   ସମସ୍ତ ବିଜେପି ପ୍ରାର୍ଥୀ  ଉପସ୍ଥିତ ରହିବେ ।

{"id":99215}

ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, କେ.ଭି. ସିଂଦେଓ ଓ ବୈଜୟନ୍ତ ପଣ୍ଡାଙ୍କ ପରି ବହୁ ବିଜେପି ହେଭିୱେଟଙ୍କୁ ମଧ୍ୟ ମୋଦିଙ୍କ ସହ ଷ୍ଟେଜରେ ଦେଖିବାକୁ ମିଳିବ । ଛତିଶଗଡ଼ରେ କଂଗ୍ରେସ ଚାଷୀ କାର୍ଡ ମାଧ୍ୟମରେ ହିଁ ବିଜେପିକୁ ମାତ୍ ଦେଇଥିଲା । ତେବେ କଳାହାଣ୍ଡି ଜିଲ୍ଲା ଛତିଶଗଡ଼ ସହ ସଲଗ୍ନ ହୋଇଥିବାରୁ ଏହାର ପ୍ରଭାବ ଯେମିତି ସାଧାରଣ ନିର୍ବାଚନ ଉପରେ ନପଡ଼େ ସେଥିପାଇଁ ଜୋରସୋର ପ୍ରୟାସ କରିବେ ମୋଦି ।

{"id":99216}

ମୋଦିଙ୍କ ଗସ୍ତରୁ ମଧ୍ୟ ଯଥାସମ୍ଭବ ଫାଇଦା ନେବା ପାଇଁ ଦଳୀୟ ନେତା ଓ କର୍ମୀ ବେଶ୍ ଆଶାବାଦୀ ଅଛନ୍ତି । ସଭାରେ ପ୍ରାୟ ୧ ଲକ୍ଷ ଲୋକେ ଏକତ୍ରିତ ହେବେ ବୋଲି ଦଳୀୟ ନେତାଏ ଛାତି ମଧ୍ୟ ପିଟିଲେଣି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦାୟିତ୍ବରେ ଏସପିଜି ମୁତୟନ ହୋଇଥିବା ବେଳେ ୩୧ ଜଣିଆ ଡଗ୍ ସ୍କ୍ବାର୍ଡ ଓ ମେଟାଲ୍ ଡିଟେକ୍ଟର ସହ ବମ୍ ସ୍କ୍ବାର୍ଡ ମଧ୍ୟ ସମାବେଶସ୍ଥଳରେ ପହଞ୍ଚିଛନ୍ତି ।

{"id":99217}

ଗତ ୨୯ ତାରିଖରେ ମୋଦି ତାଙ୍କ ପ୍ରଥମ ନିର୍ବାଚନୀ ଗସ୍ତରେ ଆସି ଜୟପୁରରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ। ଆସନ୍ତା ୬ ତାରିଖରେ ସେ ପୁଣି ସୁନ୍ଦରଗଡ଼ ଆସିବାର କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.