ବାରିପଦା ପରେ ୧୬ ପୁଣି ବଲାଙ୍ଗିର ଆସୁଛନ୍ତି ମୋଦି: ରାଜନୈତିକ ପାଣିପାଗ ବେଶ୍ ଉଷ୍ମ

Published By : Prameya-News7 Bureau | January 03, 2019 IST

ବଲାଙ୍ଗିର ୩|୧: ୧୬ ପୁଣି ବଲାଙ୍ଗିର ଆସୁଛନ୍ତି ମୋଦି ବଲାଙ୍ଗିରର ରାଜନୈତିକ ପାଣିପାଗ ବେଶ୍ ଉଷ୍ମ। ଆସନ୍ତା ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି। ଏଥିପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୋଦିଙ୍କ ଗସ୍ତକୁ ନେଇ ଦଳର ନେତା, କର୍ମୀ ବେଶ୍ ଉତ୍ସାହିତ। ସେପଟେ  ବିରୋଧୀ କହିଲେଣି  ମୋଦି ଆସିଲେ ବି କିଛି ଫରକ ପଡ଼ିବନି, ଓଲଟା ଖାଲି ହାତରେ ଫେରିବେ ପ୍ରଧାନମନ୍ତ୍ରୀ।

{"id":70171}

୧୬ ବଲାଙ୍ଗିର ଆସୁଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ। ଏଥିପାଇଁ ବିଜେପି କ୍ୟାମ୍ପ ପୁରା ଉତ୍ସାହିତ। ସେଥିପାଇଁ ତ ଫୁଲ୍ ଦମ୍‌ ରେ ଚାଲିଛି ପ୍ରସ୍ତୁତି। ରାଜ୍ୟ ବିଜେପିର ବଡ଼ ମୁଣ୍ଡ ସବୁ ଏବେଠୁ ଡେରା ପକାଇଲେଣି ବଲାଙ୍ଗିରରେ। ସାଧାରଣ ସଭାରେ ମୋଦି ଉଦବୋଧନ ଦେବେ। 

{"id":70172}

ଫୁଙ୍କିବେ ନିର୍ବାଚନୀ ବିଗୁଲ୍। ଏଥିପାଇଁ ୯ଟି ଜିଲ୍ଲାରୁ ୨ ଲକ୍ଷ ଲୋକଙ୍କ ସମାଗମ ହେବ ନେଇ ଲକ୍ଷ୍ୟ ରଖିଛି ବିଜେପି କହିଛନ୍ତି କନକ ବର୍ଦ୍ଧନ ସିଂଦେଓ ।

{"id":70170}

ସେପଟେ ମୋଦିଙ୍କ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ। ୧୯ କିଲୋମିଟର ରେଳ ଲାଇନ୍ ଉଦଘାଟନ ପାଇଁ ନିଜେ ପ୍ରଧାନମନ୍ତ୍ରୀ ଆସିବା ହାସ୍ୟସ୍ପଦ ବୋଲି କହିଛି ବିଜେଡି। ମୋଦି ଯାହା କୁହନ୍ତି ତାହା କରନ୍ତିନି ବୋଲି କହିଛି କଂଗ୍ରେସ। ତେଣୁ ଗସ୍ତ କିଛି ଫରକ ପକାଇବନି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର

{"id":70173}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.