ଦିନକ ପରେ ବାରିପଦା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଜାଣନ୍ତୁ କ'ଣ କ'ଣ କରିବେ ମୋଦି

Published By : Prameya-News7 Bureau | January 03, 2019 IST

ଭୁବନେଶ୍ବର ୩|୧: ଦିନକ ପରେ ବାରିପଦା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪ହଜାର ୫ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । କେନ୍ଦ୍ର ସରକାରଙ୍କ ୬ଟି ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ରେଳ, ସଡକ ପରିବହନ ଓ ରାଜମାର୍ଗ, ସଂସ୍କୃତି, ବୈଦେଶିକ ବ୍ୟାପାର ଏବଂ ସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ୩ଟି ଜାତୀୟ ରାଜପଥ ପ୍ରକଳ୍ପରେ ୩ ହଜାର ୩୧୮ କୋଟି ବ୍ୟୟରେ ୨ଶହ କିଲୋମିଟର ରାସ୍ତାର ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ । ଜାତୀୟ ରାଜପଥ ୨୧୫ର  ରିମୁଳି -କୋଇଡା, ରଜାମୁଣ୍ଡା-କୋଇଡା  ଓ ଛଅ ନମ୍ବର ଜାତୀୟ ରାଜପଥର ସିଙ୍ଗଡା- ବିଂଜବାହାଲ  ସେକ୍ସନର ଚାରି ଲେନ ରାସ୍ତାର ଭୂମି ପୁଜନ କରିବେ ମୋଦି । ଚିଲିକିଗରା, ସଗଡପଟା, ନାରଣପୁର, ବସନ୍ତପୁର ରେଳ ଲାଇନର ହେବ ଦୋହରିକରଣ । ଏଥି ସହ ବାଲେଶ୍ବରରେ ହେବ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କ । ଟାଟା ନଗରରୁ ବାଦାମ ପାହଡ ପର୍ଯ୍ୟନ୍ତ ଦ୍ବିତୀୟ ପାସେଞ୍ଜର ଟ୍ରେନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ମୟୁରଭଞ୍ଜ ହରିପୁରଗଡର ପ୍ରାଚୀନ ଦୁର୍ଗ ଓ ରଶିକରାୟ ମନ୍ଦିରର ପୁନଃଉଦ୍ଧାର କାମର ଶିଳାନ୍ୟାସ ହେବ । ଏଥି ସହ ୬ଟି ସ୍ଥାନରେ ଡାକ ଘରେ ପାସପୋର୍ଟ ସେବା କେନ୍ଦ୍ରର ଶୁଭାରମ୍ଭ ହେବ । ଆସ୍କା, ଭଦ୍ରକ, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଡାକଘରେ ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.