Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଆସନ୍ତାକାଲି ମୋଦିଙ୍କ ବଲାଙ୍ଗିର ଗସ୍ତ : ୯ଟି ହେଲିପ୍ୟାଡ୍ ଓ ୫୦ ପ୍ଲାଟୁନ ପୋଲିସ ପ୍ରସ୍ତୁତ, କଣ ଗର୍ଜିବେ ତା ଉପରେ ସମସ୍ତଙ୍କ ନଜର

14/01/2019 at 5:27 PM

ବଲାଙ୍ଗିର ୧୪|୧: ଆସନ୍ତାକାଲି ବଲାଙ୍ଗିର ଗସ୍ତ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଗସ୍ତକୁ ନେଇ ପୂରା ଚଳଚଞ୍ଚଳ ପଶ୍ଚିମ ଓଡିଶା। ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ। ମୋଦିଙ୍କ ଗସ୍ତ ପାଇଁ ବିଜେପି ନେତା ଏବଂ କର୍ମୀଙ୍କ ଭିତରେ ଜୋଶ୍ ଦେଖିବାକୁ ମିଳିଛି । ସମସ୍ତଙ୍କ ଆଶା ଆସନ୍ତା ନିର୍ବାଚନରେ  ପଶ୍ଚିମ ଓଡ଼ିଶାରେ କାମ କରିବ ମୋଦି ମ୍ୟାଜିକ୍ ।

ଗେରୁଆମୟ ହୋଇ ପଡିଛି ବଲାଙ୍ଗିର । କାହିଁକିନା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତ ସିନା ପଶ୍ଚିମ ଓଡ଼ିଶା, ହେଲେ ପୁରା ରାଜ୍ୟକୁ ଛୁଇଁବେ ମୋଦି । ମାନେ ସାଢ଼େ ୯ଟାରେ ସ୍ଥାନୀୟ ରେଳ ଷ୍ଟେସନ ନିକଟରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ।  ସୁଇଚ୍ ଟିପି  ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ ।  ଏହାପରେ ପଥର ଚେପାସ୍ଥିତ ପଡ଼ିଆରେ ଆୟୋଜିତ ସମାବେଶର ଜନସାଧାରଣଙ୍କୁ ଉଦବୋଧନ ଦେବେ । ସମସ୍ତଙ୍କ ନଜର ଏବେ ମୋଦିଙ୍କ ଭାଷଣ ଉପରେ । କେଉଁ ଷ୍ଟାଇଲ୍ ରେ ରାଜ୍ୟ ସରକାରଙ୍କୁ ଆଟାକ୍ କରିବେ ମୋଦି ତାକୁ ଏବେ ଅପେକ୍ଷା ।

କାଲି ମୋଦିଙ୍କ ଗସ୍ତ ପାଇଁ ପୁରା ରେଡି ବଲାଙ୍ଗିର । ସହରର ବିଭିନ୍ନ ସ୍ଥାନରେ ୯ଟି ହେଲିପ୍ୟାଡ୍ ନିର୍ମାଣ କରାଯାଇଛି । ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୫୦ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।  ଏନଏସଜି, ଏସପିଜି, ବ୍ଳାକ କ୍ୟାଟ, ଏସଓଜି, ଓଏସଏପି, ଆଇଆରବି, କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ବି ପୁରା ପ୍ରସ୍ତୁତ । 

   Related Posts