ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ : ଦ୍ବିତୀୟ ପାଳିରେ ପଞ୍ଚମ ଥର ପାଇଁ ରେଡିଓରେ କହିବେ ମନର କଥା

Published By : Prameya-News7 Bureau | October 27, 2019 IST

ନୂଆଦିଲ୍ଲୀ ୨୭/୧୦:   ଆଜି ରେଡିଓରେ ପ୍ରସାରିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ । ଏହା ମନ୍ କି ବାତ୍ ର ୫୮ତମ ଏପିସୋଡ ହେବାକୁ ଯାଇଥିବା ବେଳେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପଞ୍ଚମ ମନ୍ କି ବାତ୍ ହେବ ।

ତେବେ ଆଜି ଦୀପାବଳି ଥିବାରୁ ଗ୍ରୀନ ଦୀପାବଳି ପାଳନ ଦିଗରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ କରିବେ ଅନୁମାନ କରାଯାଉଛି । ସେହିପରି ଅକ୍ଟୋବର ୩୧ରୁ ଜମ୍ମୁ-କାଶ୍ମୀର ଓ ଲଦାଖ ଦୁଇଟି ଭିନ୍ନଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେଉଥିବାକୁ ମୋଦିଙ୍କ ଅଭିଭାଷଣରେ କାଶ୍ମୀର ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇପାରେ । ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ମୋଦି ତାଙ୍କ ମନର କଥା କହିବେ ବୋଲି ଅନୁମାନ କରାଯ।ଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.