ନବମ ଏବଂ ଦଶମ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | November 22, 2018 IST

ନୂଆଦିଲ୍ଲୀ ୨୨|୧୧:  ନବମ ଏବଂ ଦଶମ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପ ବା ସିଜିଡିକୁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ୭ଟି ଭୌଗଳିକ କ୍ଷେତ୍ର ସମେତ ଦେଶର ମୋଟ୍ ୬୩ଟି ଭୌଗଳିକ କ୍ଷେତ୍ରରେ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଶିଳାନ୍ୟାସ ଓ ବିଡିଂ ପର୍ଯ୍ୟାୟର ଶୁଭାରମ୍ଭ କରିବେ ମୋଦି । ଓଡ଼ିଶାର ସାତଟି ପ୍ରକଳ୍ପ ଗୁଡିକ ହେଉଛି  ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା, ଯାଜପୁର ଏବଂ କେନ୍ଦୁଝର, ଅନୁଗୁଳ ଏବଂ ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜ, ବରଗଡ଼, ଦେବଗଡ଼ ଏବଂ ସମ୍ବଲପୁର, ଗଞ୍ଜାମ, ନୟାଗଡ଼ ଏବଂ ପୁରୀ ଓ ଜଗତିସଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା । ଅପରାହ୍ନ ୪ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଲାଇଭ ଭିଡିଓ ଷ୍ଟ୍ରିମିଂ ଜରିଆରେ ପ୍ରଧାନମନ୍ତ୍ରୀ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପ ସମୂହର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସହରଗୁଡ଼ିକରେ ପ୍ରଦୂଷଣ ହ୍ରାସ କରିବା ଲାଗି ପାଇପ୍ ଲାଇନ୍ ଜରିଆରେ ଗ୍ୟାସ୍ ସଂଯୋଗକୁ ୨୮ ଲକ୍ଷରୁ ୧ କୋଟିକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.