ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାମ୍ମୁ କାଶ୍ମୀର ଗସ୍ତ : ଲଦାଖ ୟୁନିଭର୍ସିଟିର ଶିଳାନ୍ୟାସ କରିବେ ମୋଦି

Published By : Prameya-News7 Bureau | February 03, 2019 IST

ଦିଲ୍ଲୀ ୩/୨ : ଆଜି ଜାମ୍ମୁ -କାଶ୍ମୀର ଲେହ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସମେତ ୫ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ୪୪ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ ଏବଂ ଉଦ୍ ଘାଟନ କରିବେ । ଆଜି ମୋଦି ଲଦାଖ ୟନିଭରସିଟିର ଶିଳାନ୍ୟାସ କରିବେ । ଏହା ପରେ ସକାଳ ୧୦ ଟା ୫୦ରେ ପ୍ରଧାନମନ୍ତ୍ରୀ ଜାମ୍ମୁ ଏୟାରପୋର୍ଟରେ ପହଞ୍ଚି ସାମ୍ବା ଯିବେ । ସେଠାରେ ଏମ୍ସର ଶିଳାନ୍ୟାସ କରିବେ । ଏହା ସହିତ କେତେକ ବିକାଶ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ । ସମ୍ବାରେ ଏକ ଶୋଭାଯାତ୍ରା କରାଯିବ । ଏହି ଅବସରରେ ସହୀଦ ଯବାନ ଔରାଙ୍ଗଜେବଙ୍କ ପିତା ମହମ୍ମଦ ହନିଫଙ୍କୁ ଭେଟିବେ ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.