ଆଜିଠୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ, ବାରଣାସୀରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | July 06, 2019 IST

ନୂଆଦିଲ୍ଲୀ ୬|୭: ଆଜିଠୁ ଦେଶବ୍ୟାପୀ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରୁଛି ବିଜେପି । ଆଜି ଶ୍ୟାମା ପ୍ରସାଦ ମୁଖର୍ଜୀଙ୍କ ଜନ୍ମ ଜୟନ୍ତୀ ଥିବା ବେଳେ  ଏହି ଅବସରରେ ବିଜେପି ସଦସ୍ୟତା ଅଭିଯାନ ଆରମ୍ଭ କରୁଛି । ଏହି ଅଭିଯାନରେ ଯୋଗ ଦେବା ପାଇଁ ଆଜି ବାରଣାସୀ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବା ସହ ବିଜେପିର ସଦସ୍ୟତା ଅଭିଯାନର ଆରମ୍ଭ କରିବେ। ବାୱଲପୁର ଏୟାରପୋର୍ଟରେ ଲାଲବାହଦୁର ଶାସ୍ତ୍ରୀଙ୍କ କଂସା ପ୍ରତିମୂର୍ତ୍ତୀ ଉଦଘାଟନ କରିବା ପରେ ଦଶାଶ୍ବମେଧ ଘାଟରେ ଥିବା ଭରଚୁଆଲ ମ୍ୟୁଜିୟମର ପରିଦର୍ଶନ କରିବେ ମୋଦି ।

ଏହା ସହ ବାରଣସୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେପଟେ ଅମିତ ଶାହ ତେଲେଙ୍ଗନା ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏପେଟ  ରାଜ୍ୟସ୍ତରୀୟ ସଦସ୍ଯତା ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅପରାହ୍ନରେ ଭୁବନେଶ୍ବର ଏକାମ୍ର ମହା ବିଦ୍ୟାଳୟ ସମ୍ମୁଖ ଗୋଖିବାବା କଲ୍ୟାଣ ମଣ୍ଡପରେ ଏହି କାର୍ଯ୍ୟକ୍ରମ ହେବ । ଏହି ଅଭିଯାନ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ । ଏହି ଅବସରହରେ ଅପରାଜିତା ଷଡଙ୍ଗୀଙ୍କ ସମେତ ବହୁ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଉପସ୍ତିତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.