Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଦିଲ୍ଲୀରେ ଆଜି ‘ଧନ୍ୟବାଦ ମୋଦି ରାଲି’, ଶକ୍ତି ପ୍ରଦର୍ଶନ କରିବ ବିଜେପି

22/12/2019 at 10:14 AM

ନୂଆଦିଲ୍ଲୀ ୨୨।୧୨:  ଦିଲ୍ଲୀରେ ଆଜି ‘ଧନ୍ୟବାଦ ମୋଦି ରାଲି’ । ରାମଲୀଳା ମୈଦାନରେ ଶକ୍ତି ପ୍ରଦର୍ଶନ କରିବ ବିଜେପି । ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ପ୍ରତିବାଦ ରାଲି ଭିତରେ, ଆଜି ବିଜେପି କରୁଛି ‘ଧନ୍ୟବାଦ ମୋଦି ରାଲି’ । ଦିନ ୧୧ଟା ବେଳେ ଦିଲ୍ଲୀ ରାମଳୀଳା ମୈଦାନରେ ହେବ ଏହି ମହାରାଲି । ଏଥିସହ ୨୦୨୦ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏହି ରାଲିରେ ବିଗୁଲ ଫୁଙ୍କିବ ବିଜେପି ।

ଦିଲ୍ଲୀରେ ଅବୈଧ ଭାବେ ଗଢି ଉଠିଥିବା ୧୭ ଶହ ୩୪ କଲୋନୀକୁ ନିୟମିତ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ଏହି ରାଲିର ଆୟୋଜନ କରିଛି ବିଜେପି । ରାଲିରେ ୨ ଲକ୍ଷ ଲୋକଙ୍କୁ ଏକାଠି କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।

କେନ୍ଦ୍ର ସରକାର ନୂଆ ନାଗରିକତା ଆଇନ ଆଣିବା ପରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ ଏହାକୁ ବିରୋଧ କରି ପ୍ରତିବାଦ ପ୍ରଦର୍ଶନ ହେଉଛି । ତେଣୁ ସେହି ଦିଲ୍ଲୀରେ ଧନ୍ୟବାଦ ରାଲି ଜରିଆରେ ଶକ୍ତି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।

   Related Posts