Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ସେପ୍ଟେମ୍ବର ୨୪ ତାରିଖରେ ବିରାଟ କୋହଲି ଓ ମିଲିନ୍ଦ ସୋମନଙ୍କ ସହ ଏକ ଖାସ ବିଷୟରେ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

22/09/2020 at 11:58 AM

ନୂଆଦିଲ୍ଲୀ ୨୨/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୪ ତାରିଖ, ଗୁରୁବାର ଦିନ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଓ ଅଭିନେତା ମିଲିନ୍ଦ ସୋମନଙ୍କ ସହ କଥାବାର୍ତ୍ତା କରିବେ । ସେପ୍ଟେମ୍ବର ୨୪ ତାରିଖରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟର ପ୍ରଥମ ବାର୍ଷିକୀ ପାଳନ କରାଯିବ । ଏଥିପାଇଁ ଅନଲାଇନ ମାଧ୍ୟମରେ ଫିଟ୍ ଇଣ୍ଡିଆ ସମ୍ବାଦ ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ଏହି ଆୟୋଜନରେ ସେହି ଲୋକମାନଙ୍କ ସହ କଥାବାର୍ତ୍ତା କରିବେ ଯେଉଁମାନେ ଲୋକଙ୍କୁ ଫିଟନେସ ପାଇଁ ପ୍ରେରିତ କରିଛନ୍ତି ।

ଗଣମାଧ୍ୟମକୁ ଦିଆଯାଇଥିବା ଅଫିସିଆଲ ସୂଚନା ଅନୁଯାୟୀ, ଅନଲାଇନ ଆଲୋଚନାରେ ସାମିଲ ଥିବା ଲୋକେ ଭଲ ସ୍ୱାସ୍ଥ୍ୟ ଓ ଫିଟନେସ ସମ୍ପର୍କରେ କହିବେ । ସେମାନଙ୍କ ବିଚାର ଉପରେ ମୋଦିଙ୍କ ତରଫରୁ ମଧ୍ୟ ମାର୍ଗଦର୍ଶନ କରାଯିବ । ଏହି ସମୟରେ ଲୋକେ ସେମାନଙ୍କ ଫିଟନେସ ଯାତ୍ରା ସମ୍ପର୍କରେ କହି ଲୋକଙ୍କୁ ଟିପ୍ସ ଦେବେ । ଏହି ଅନଲାଇନ୍ କାର୍ଯ୍ୟକ୍ରମରେ ବିରାଟ କୋହଲି, ମିଲିନ୍ଦ ସୋମାନ, ରୁଜୁଟା ସ୍ବେକରଙ୍କ ସମେତ ଅନ୍ୟ ଲୋକ ମଧ୍ୟ ସାମିଲ ହେବେ ।

ଏହି ଫିଟନେସ ସମ୍ବାଦରେ ପୋଷଣ, ସ୍ୱାସ୍ଥ୍ୟ ଓ ଫିଟନେସ୍ ଉପରେ ଚର୍ଚ୍ଚା ହେବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଏକ ଜନଆନ୍ଦୋଳନ ଭାବେ ଫିଟ୍ ଇଣ୍ଡିଆ ମୁଭମେଣ୍ଟର କଳ୍ପନା କରାଯାଇଛି । ଦେଶବାସୀଙ୍କୁ ଭାରତକୁ ଏଜ ଫିଟ ଦେଶ ଭାବେ ଗଢି ତୋଳିବାକୁ ଫିଟ୍ ଇଣ୍ଡିଆ ମୁଭମେଣ୍ଟ୍ ପରିକଳ୍ପନା କରାଯାଇଥିଲା । ଏଥିରେ ନାଗରିକଙ୍କୁ ମଉଜ ମସ୍ତି କରିବାକୁ ସହଜ ତରିକା ସାମିଲ ରହିଛି । ଯେଉଁଥିରେ ସେମାନେ ଫିଟ ରହିବେ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବେ । ଏହି ଫିଟନେସ ପ୍ରତ୍ୟେକ ଭାରତୀୟଙ୍କ ଜୀବନର ଅନିବାର୍ଯ୍ୟ ଅଂଶ ହେବ ।

   Related Posts