Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କରୋନା ସଂକ୍ରମଣ ଚିନ୍ତା, ସମସ୍ତ ରାଜ୍ୟର ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

15/04/2021 at 7:27 AM

ନୂଆଦିଲ୍ଲୀ ୧୫।୦୪ : ଦେଶର କରୋନା ସ୍ଥିତି ନେଇ ସମସ୍ତ ରାଜ୍ୟର ରାଜ୍ୟପାଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ବେଳେ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ , ଗୃହମନ୍ତ୍ରୀ ଅମିତ ଶାହା ଏଥିରେ ଉପସ୍ଥିତ ଥିଲେ।

ଦେଶରେ କରୋନା କାୟା ବଢ଼ାଉଥିବାରୁ ଏହାର ମୁକାବିଲା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଲାଗୁ କରିବା ଉପରେ ପ୍ରଧାନମମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। କରୋନା ମୁକାବିଲା ପାଇଁ ଏବେ ଯୁଦ୍ଧକାଳୀନ ସ୍ଥିତି ଉପୁଜିଛି , ଏଣୁ ଏଭଳି ସ୍ଥିତିରେ ରାଜନୈତିକ ବିଭେଦ ଭୁଲି ସମସ୍ତେ ଏକାଠି ହୋଇ ଲଢ଼ିବା ଉଚିତ। । ରାଜ୍ୟପାଳମାନେ ରାଜ୍ୟ ସରକାରଙ୍କ ସହିତ ଯୋଗସୂତ୍ର ରଖିବା ଲାଗି ସେ ପରାମର୍ଶ ଦେଇଥିଲେ।

ସେହିପରି କିଛି ଦିନ ତଳେ କରୋନା ସଂକ୍ରମଣ ସଂଖ୍ୟା ବଢିବା ନେଇ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନାରେ କିପରି କରୋନା ସଂକ୍ରମଣକୁ ରୋକିବା ଏବଂ ଦେଶରେ ଟିକାକରଣକୁ ଜୋରଦାର କରାଯିବ । ସେନେଇ ଆଲୋଚନା କରାଯାଇଥିଲା । ଦେଶରେ ଏବେ କରୋନା ମହାମାରୀର ୨ଲହରୀ ଆସିଛି । ଯାହାକି ପୂର୍ବ ଲହରୀ ଅପେକ୍ଷା ଅଧିକ ସଂକ୍ରମିତ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଦେଶରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ପରେ ରହୁଛି । ଯାହାକି ଏକ ଚିନ୍ତାଜନକ ବିଷୟ ।

   Related Posts