ଆଗକୁ ପରୀକ୍ଷା; ପ୍ରସ୍ତୁତି ନେଇ ପରୀକ୍ଷା ପେ ଚର୍ଚ୍ଚା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ ମୋଦି, ଓଡିଶାରୁ ଯାଇଛନ୍ତି ୧୭ଜଣ ଛାତ୍ରଛାତ୍ରୀ

Published By : Prameya-News7 Bureau | January 28, 2019 IST

ଦିଲ୍ଲୀ ୨୮/୧ : ଆଗକୁ ପରୀକ୍ଷା । ଏନେଇ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷାକୁ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଲାଙ୍କ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କୁ ପରୀକ୍ଷା ପ୍ରସ୍ତୁତି ନେଇ ଟିପସ ଦେବେ ମୋଦି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀଙ୍କ ସହ କରବେ ପରୀକ୍ଷା ପେ ଚର୍ଚ୍ଚା । ତାଲକୋଟ୍ରା ଷ୍ଡାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ଏହି କାର୍ଯ୍ୟକ୍ରମରେ ଦେଶର ଅନେକ ଛାତ୍ରଛାତ୍ରୀ ଯୋଗଦେଇଥାନ୍ତି । ଚଳିତ ବର୍ଷ ଓଡିଶାର ବିଭିନ୍ନ ସ୍କୁଲରୁ ୧୭ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ବେଶ ଉତ୍ସାହିତ ଥିବା ବେଳେ ପରୀକ୍ଷାକୁ ନେଇ ପ୍ରଶ୍ନ ମଧ୍ୟ ପ୍ରସ୍ତୁତ କରିଛନ୍ତି ଛାତ୍ରଛାତ୍ରୀ । ଦେଶର ପାଖାପାଖି ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଓଡିଶାର ୩୦ ଜିଲ୍ଲା ରୁ ୨୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିରେ ୯ଜଣ ଛାତ୍ରୀ ଓ ୮ଜଣ ଛାତ୍ର ରହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.